କୋରାପୁଟ: ରାସ୍ତାରେ ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର । ସହାୟତା ବଦଳରେ ତେଲ ବୋହିନେଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଟାଙ୍ଗୀ ନିକଟରେ ।
ଓଲଟିଲା ଟ୍ୟାଙ୍କର, ଡିଜେଲ ବୋହିନେଲେ ଲୋକେ - oil tanker accident in patangi
ଭାରସାମ୍ୟ ହରାଇ ପଟ୍ଟାଙ୍ଗୀ ନିକଟରେ ତେଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି । ଲୋକେ ତେଲ ବୋହି ନେଇଥିବା ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଓଲଟିଲା ଟ୍ୟାଙ୍କର, ଡିଜେଲ ବୋହିନେଲେ ଲୋକେ
ସୂଚନା ଅନୁସାରେ, ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟ୍ଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ୟାଙ୍କରରେ ଥିଲା 25 ହଜାର ଲିଟର ଡିଜେଲ । ହେଲେ ଦୁର୍ଘଟଣାଗସ୍ତ ହୋଇଥିବା ଟ୍ୟାଙ୍କରକୁ ସହାୟତା ଦେବା ବଦଳରେ ଲୋକେ ତେଲ ବୋହି ନେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହା ପୂର୍ବରୁ ମଙ୍ଗଳବାର ଦିନ ଏହିପରି ଏକ ତେଲ ଟ୍ୟାଙ୍କର କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଘାଟିରେ ଓଲଟି ପଡିଥିଲା ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ