ଓଡିଶା

odisha

ETV Bharat / state

କୋରାପୁଟ କଂଗ୍ରେସର ଶକ୍ତି ପ୍ରଦର୍ଶନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି - ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଶରତ

ମାଲକାନଗିରି କଂଗ୍ରେସ ପକ୍ଷରୁ ଆୟୋଜିତ ମୂଳ ନିବାସୀ ଜନ ଜାଗରଣ ସମାବେଶରେ ଯୋଗ ଦେବା ପାଇଁ ଯାଉଥିବାବେଳେ ଜୟପୁର ଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ । ବିରାଟ ଶୋଭାଯାତ୍ରାରେ ସ୍ବାଗତ କଲେ କୋରାପୁଟ କଂଗ୍ରେସର ହଜାର ହଜାର କର୍ମୀ । ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ପିସିସି ସଭାପତି । ଅଧିକ ପଢ଼ନ୍ତୁ

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି

By ETV Bharat Odisha Team

Published : Oct 6, 2023, 4:41 PM IST

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି

କୋରାପୁଟ: ପାଖେଇ ଆସୁଛି ସାଧାରଣ ନିର୍ବାଚନ ସମୟ । ଏଥର ରାଜ୍ୟରେ ବିଜେଡି ସରକାରକୁ ଗାଦିଚ୍ୟୁତ କରି ଶାସନ କ୍ଷମତାକୁ ଫେରିବା ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛି ହିଗତ ନିର୍ବାଚନରେ ମାଟି କାମୁଡ଼ିଥିବା କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରିରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ମୂଳ ନିବାସୀ ଜନ ଜାଗରଣ ସମାବେଶରେ ଯୋଗ ଦେବାପାଇଁ କଂଗ୍ରେସର ବହୁ ଟାଣୁଆ ନେତା ଗୁରୁବାର ମାଲକାନଗିରି ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମକୁ ଯିବା ବାଟରେ କୋରାପୁଟର ଜୟପୁରଠାରେ ହଜାର ହଜାର କଂଗ୍ରେସ କର୍ମୀ ଏକାଠି ହୋଇ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ କରିଥିଲେ । ଏଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ଶରତ ।

ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ମୂଳ ନିବାସୀ ଜନ ଜାଗରଣ ସମାବେଶରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି, ଛତିଶଗଡ ସରକାରଙ୍କ ଅବକାରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ସମେତ ପ୍ରାୟ ୧୦ ହଜାରରରୁ ଅଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏଠାରେ ବିଜେପି ଓ ବିଜେଡି ଛାଡ଼ି ପ୍ରାୟ ୧ ହଜାରରୁ ଅଧିକ କର୍ମୀ କଂଗ୍ରେସର ହାତ ମଧ୍ୟ ଧରିଥିଲେ । ତେବେ ଏହି ବଡ଼ କାର୍ଯ୍ୟକ୍ରମକୁ ଯିବା ବାଟରେ ଜୟପୁର ଠାରେ କଂଗ୍ରେସ କର୍ମୀମାନେ ପିସିସି ସଭାପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଏଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଉଭୟ ବିଜେପି ଓ ବିଜେଡି ସରକାର ସାଧାରଣ ଜନତାଙ୍କୁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ଭୁଲି ଯିବାରେ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଗଣମାଧ୍ୟମକୁ ପ୍ରକିକ୍ରିୟା ରଖି ସେ କହିଛନ୍ତି,"ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୁଲେଟ ଟ୍ରେନ, ସ୍ମାର୍ଟ ସିଟିର ସ୍ବପ୍ନ ଦେଖାଇ ଭୁଆଁ ବୁଲାଉ ଥିବାବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ୨ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଭୁଲିଯାଇଛନ୍ତି । ରାଜ୍ୟରେ ବିଜେଡି ସରକାରରେ ଗତ ୨୫ ବର୍ଷ ଧରି କୁଶାସନ ଚାଲିଛି । ରାଜ୍ୟରେ ୧୨ ହଜାର ସ୍କୁଲ ବିଲ୍ଡିଂ ନଥିବାବେଳେ ୧୬ ହଜାରରୁ ଊର୍ଦ୍ଧ୍ବ ଲୋକେ ଖାଇବାକୁ ଖାଦ୍ୟ ପାଉନାହାନ୍ତି । ଜଳ ଯୋଗାଣ, ରାସ୍ତା ଘାଟ, ପୋଲ ନିର୍ମାଣ, ଶିକ୍ଷା ଓ ସ୍ବାସ୍ଥ୍ୟ ରାଜ୍ୟରେ ଭୁଶୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।" ତେବେ ରାଜ୍ୟବାସୀଙ୍କ ମନ ଭିତରେ ବିଜେଡି ଓ ବିଜେପି ପ୍ରତି ଉଠୁଥିବା ବିରୋଧାଭାସକୁ ସମ୍ବଳ କରି ଆସନ୍ତା ନିର୍ବାଚନରେ କଂଗ୍ରେସ ଜନ ସମର୍ଥନ ପାଇ ଜୟଯୁକ୍ତ ହେବ ବୋଲି ସେ ଦୃଢ ବିଶ୍ବାସ ରଖିଥିବା ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details