ଓଡିଶା

odisha

ETV Bharat / state

ଆଦର୍ଶ ବିଦ୍ୟାଳୟରେ ଖାଲି ପଡିଛି ଇଂରାଜୀ ପଦବୀ, ଅନଶନରେ ଛାତ୍ରଛାତ୍ରୀ - modern school english teacher seat vaccancy

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକଙ୍କ ପଦବୀ ଖାଲି ଥିବା ନେଇ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Sep 22, 2019, 4:18 AM IST

କୋରାପୁଟ: ଆଦର୍ଶ ବିଦ୍ୟାଳୟରେ ଖାଲି ପଡିଛି ଇଂରାଜୀ ଶିକ୍ଷକଙ୍କ ପଦବୀ । ଯଦ୍ବାରା ଛାତ୍ରଛାତ୍ରୀଙ୍କୁ ଇଂରାଜୀ ପାଠ ପଢାଇବାରେ ନାଁରେ ପ୍ରତାରିତ କରାଯାଉଥିବା ଅଭିଯୋଗ ହୋଇଛି । ବାଧ୍ୟ ହୋଇ ଆଜି ଅନଶନରେ ବସିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ । ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଦୀର୍ଘ 8 ମାସ ଧରି ବିଦ୍ୟାଳୟରେ ଖାଲି ପଡିଛି ଇଂରାଜୀ ଶିକ୍ଷକଙ୍କ ପଦବୀ । ଏନେଇ ସରକାର ତଥା ବିଭାଗୀୟ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକମାନେ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଛନ୍ତି । ହେଲେ କୌଣସି ସୁଫଳ ମିଳିନାହିଁ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଵିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ନନ୍ଦପୁର କିମ୍ବା ଅନ୍ୟ କୌଣସି ସ୍ଥାନରୁ ଶିକ୍ଷକ ଆଣି ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଗୋଟିଏ ଗ୍ଲାସ ପାଣି ପିଆଇ ଛାତ୍ରଛାତ୍ରୀଙ୍କୁ ଅନଶନରୁ ଉଠାଇଥିଲେ ।

ଅପରପକ୍ଷେ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ପଦବୀ ପୂରଣ ନେଇ ସାମୟିକ ସମାଧାନ କରାଯାଇଛି । ଖୁବ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ମଧୂସୁଦନ ମିଶ୍ର ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details