ଓଡିଶା

odisha

ETV Bharat / state

ଷ୍ଟ୍ରେଚର କି ହ୍ବିଲ ଚେୟାର ନାହିଁ, ହନ୍ତସନ୍ତ ରୋଗୀ - wheelchair deficit in koraput medical

କୋରାପୁଟସ୍ଥିତ ମେଡ଼ିକାଲ କଲେଜ ହସ୍ପିଟାଲରେ ଅବ୍ୟବସ୍ଥା । ରୋଗୀ ନିଜ ଭାଗ୍ୟକୁ ନିଜେ ଆଦରି ପଡିରହୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଷ୍ଟ୍ରେଚର କି ହ୍ବିଲ ଚେୟାର ନାହିଁ, ହନ୍ତସନ୍ତ ରୋଗୀ
ଷ୍ଟ୍ରେଚର କି ହ୍ବିଲ ଚେୟାର ନାହିଁ, ହନ୍ତସନ୍ତ ରୋଗୀ

By

Published : May 17, 2021, 8:24 PM IST

କୋରାପୁଟ:କୋରାପୁଟସ୍ଥିତ ମେଡ଼ିକାଲ କଲେଜ ହସ୍ପିଟାଲରେ ଅବ୍ୟବସ୍ଥା । ରୋଗୀ ନିଜ ଭାଗ୍ୟକୁ ନିଜେ ଆଦରି ପଡି ରହୁଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ରୋଗୀଙ୍କ ପାଇଁ ଷ୍ଟ୍ରେଚର ଓ ହ୍ବିଲ ଚେୟାର ନ ଥିବା ଯୋଗୁଁ ଆମ୍ବୁଲାନ୍ସରୁ ଓହ୍ଲାଇ ଆସିବା ପରେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ।

ଷ୍ଟ୍ରେଚର କି ହ୍ବିଲ ଚେୟାର ନାହିଁ, ହନ୍ତସନ୍ତ ରୋଗୀ

ରୋଗୀ କାହା କାନ୍ଧକୁ ଆଶ୍ରା କରି ଗୋଡ଼କୁ ଚଟାଣରେ ଘୋଷାଡି ଘୋଷାଡ଼ି ମହଲା ପରେ ମହଲା ଚଢୁଥିବାବେଳେ ଯେଉଁ କେତେକ ଷ୍ଟ୍ରେଚର ବା ହ୍ବିଲ ଚେୟାର ରହିଛି, ସେଥିରେ ଅକ୍ସିଜେନ ସିଲିଣ୍ଡର ଏପରିକି ଅଳିଆ ବାକ୍ସରେ ନିଆଯାଉଥିବା ଅଭିଯୋଗ ହୋଇଛି ।ଆମ୍ବୁଲାନ୍ସ ଚାଳକ ଦୟା କଲେ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରରେ ରୋଗୀ ବୁହାହୋଇ ଯିବାର ସୁଯୋଗ ପାଉଥିବା ବେଳେ ହସ୍ପିଟାଲ ପ୍ରଶାସନ ନିଘୋଡ ନିଦ୍ରାରେ ଶୋଇପଡିଥିଲା ଭଳି ଲାଗୁଚି ବୋଲି ସ୍ବେଚ୍ଛାସେବୀ କାମାକ୍ଷା ପ୍ରସାଦ ମତ ରଖିଛନ୍ତି ।

ତେବେ ଆମ୍ବୁଲେନ୍ସର ଷ୍ଟ୍ରେଚର ରୋଗୀ ସହିତ ୱାର୍ଡ, ବିଭିନ୍ନ ପରୀକ୍ଷାଗାର ବୁଲି ବୁଲି ଆମ୍ବୁଲାନ୍ସ ପାଖକୁ ଫେରିଲା ବେଳକୁ ଆମ୍ବୁଲାନ୍ସ ବିନା କାରଣରେ ଠିଆ ହୋଇ ରହୁଥିବା ଆମ୍ବୁଲାନ୍ସର ଫାର୍ମାସିଷ୍ଟ କ୍ଷୋଭ ପ୍ରକାଶ କରିଛନ୍ତି । କରୋନା ସଂକ୍ରମଣର ଭୟ ପାଦେ ପାଦେ ରହିଥିବା ସମୟରେ ନିଜ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ନିଜକୁ ନିଜ ଚାମ୍ବର ମଧ୍ୟରେ ଆବଦ୍ଧ କରିଥିବା ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୀତାରାମ ମହାପାତ୍ର କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରି ଦେଇଥିଲେ । ହେଲେ ଟେଲିଫୋନରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଅତି ଶୀଘ୍ର ଷ୍ଟ୍ରେଚର ଓ ହ୍ବିଲ ଚେୟାର ଆଣିବାର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details