କୋରାପୁଟ: ବିଧାୟକଙ୍କ ମନ୍ତବ୍ୟକୁ ନେଇ ତେଜିଲା ଆନ୍ଦୋଳନ । ନାଲକୋ କମ୍ପାନୀ ଦ୍ବାରା ସେରୁବନ୍ଧ ପର୍ବତରେ ପ୍ରସ୍ତାବିତ ଖଣି ଖନନକୁ ସମର୍ଥନ କରୁନଥିବା ଲୋକଙ୍କୁ ବାହାର ଲୋକ ବୋଲି ଗତ କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ ପଟ୍ଟାଙ୍ଗୀ ବିଧାୟକ ପ୍ରିତମ ପାଢୀ । ଆଉ ବିଧାୟକଙ୍କ ଏହି ମନ୍ତବ୍ୟକୁ ସମର୍ଥନ ଜଣାଇଥିଲେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।
ଯାହାକୁ ନେଇ ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ସଦସ୍ୟ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହାସହ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବିଧାୟକ ଓ ମନ୍ତ୍ରୀ ନାଲକୋ ସପକ୍ଷରେ ଦେଇଥିବା ମିଥ୍ୟା ଓ କପୋଳକଳ୍ପିତ ମନ୍ତବ୍ୟକୁ ପ୍ରତ୍ୟାହାର କରି ସାର୍ବଜନୀନ ଭାବେ କ୍ଷମାଭିକ୍ଷା କରିବା ପାଇଁ ଦାବି କରାଯାଇଛି । ଏପରି ନକଲେ ସେମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ମଧ୍ୟ ଦାବି ହୋଇଛି । ଏପରିକି ଯେତେପର୍ଯ୍ୟନ୍ତ ସେମାନେ ଦାବି ମାନି ନାହାନ୍ତି ସେହିଦିନ ପର୍ଯ୍ୟନ୍ତ ପ୍ରଭାବିତ ପଟ୍ଟାଙ୍ଗି ଅଞ୍ଚଳରେ ଉଭୟଙ୍କୁ ସାମାଜିକ ବାସନ୍ଦ କରାଯିବ ବୋଲି ସୁରକ୍ଷା ସମିତି ଚେତାବନୀ ଦେଇଛନ୍ତି ।