ଓଡିଶା

odisha

ETV Bharat / state

ଅପହଞ୍ଚ ଇଲାକାର ବିକଳାଙ୍ଗ ସ୍ୱାସ୍ଥ୍ୟସେବା - Koraput

କୋରାପୁଟ ସେମିଳିଗୁଡା ବ୍ଲକ ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟାବସ୍ଥା। ଗୋଟିଏ ମାତ୍ର ଚିକିତ୍ସାଳୟରେ ବ୍ଲକର 20 ହଜାର ରୋଗୀ ଚିକିତ୍ସିତ ହେଉଥିବା ବେଳେ ମାତ୍ର ଗୋଟିଏ ଡାକ୍ତର ଅଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Mar 29, 2019, 1:12 PM IST

Updated : Mar 30, 2019, 7:33 AM IST

କୋରାପୁଟ: ବଢୁଛି ସହରର ସୀମାରେଖା । ବୃଦ୍ଧି ପାଉଛି ଜନସଂଖ୍ୟା । ହେଲେ ଆଜି ବି ସହରର ଅବସ୍ଥା ଠିକ ପୂର୍ବଭଳି । ଚିକିତ୍ସା ପାଇଁ ଆଖପାଖ ସହର ଉପରେ କରିବାକୁ ପଡୁଛି ନିର୍ଭରଶୀଳ । କୋରାପୁଟ ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର କୁହାଯାଉଥିବା ସେମିଳିଗୁଡାରେ ଦେଖାଦେଇଛି ସ୍ୱାସ୍ଥ୍ୟସେବାର ବିକଳ ଚେହେରା । 20 ହଜାର ଲୋକଙ୍କ ପାଇଁ କେବଳ ଜଣେ ଡାକ୍ତରଙ୍କୁ ନେଇ ଏଠି ଚାଲିଛି ଚିକିତ୍ସା ।

ନନ୍ଦପୁର ଓ ବିଶାଖାପାଟଣା ଆଡକୁ ଯାଉଥିବା ରାସ୍ତାରେ ଥିବା ଚିକିତ୍ସାଳୟ ଉପରେ ସେମିଳିଗୁଡାର ବ୍ଲକବାସୀ ଭରସା କରୁଛନ୍ତି । ହେଲେ 20 ହଜାର ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ କେବଳ ଏ ଗୋଟିଏ ଚିକିତ୍ସାଳୟ ଏବେ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେମିଳିଗୁଡା ଓ ସୁନାବେଡ଼ାରେ ମିଗ ଓ ସୁଖୋଇ ବିମାନ ତିଆରି କରୁଥିବା ଏଚଏଏଲ ଏବଂ ବକ୍ସାଇଟ ଉତ୍ତୋଳନ କରି ପ୍ରାଥମିକ ବିଶୋଧନ କରୁଥିବା ନାଲକୋ କମ୍ପାନୀ ଗଢି ଉଠିବଢିଚାଳିଛି ସହର । ହେଲେ ଆଜି ଯାଏ ଏହି ସହରକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରାଯାଇଛି ନା ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଯୋଗାଇ ଦିଆଯାଇଛି । ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିବା ସହ ସମସ୍ତ ରାଜନେତା ତଥା ନେତାଙ୍କୁ ଦାବି ଜଣାଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଡବ୍ଲ୍ୟୁଏଚଓ ଅନୁଯାୟୀ ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବା ଆବଶ୍ୟକ । ୨୦୧୭ରେ କରାଯାଇଥିବା ଏକ ଆକଳନ ଅନୁଯାୟୀ ଭାରତବର୍ଷରେ ପ୍ରତି ୧୫୯୭ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଥିବା ବେଳେ ଓଡ଼ିଶାରେ ୨୭୪୯ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି ।


ସେପଟେ, ଯଦି କୌଣସି ରାଜନୈତିକ ଦଳ ତଥା ନେତାଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳେ, ତେବେ ଏଥର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସେମିଳିଗୁଡାବାସୀ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Last Updated : Mar 30, 2019, 7:33 AM IST

ABOUT THE AUTHOR

...view details