ଓଡିଶା

odisha

ETV Bharat / state

ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର, ଜଣେ ଅଟକ - pangolin Rescued

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ଅଧିନସ୍ଥ କାଠରଗଡା ଜଙ୍ଗଲରୁ ବେଆଇନ ଭାବେ ଚାଲାଣ ହେଉଥିବା ବିରଳ ପ୍ରଜାତିର ବଜ୍ରକାପ୍ତାକୁ ଉଦ୍ଧାର କରିିଛି ବନବିଭାଗ । ଅଧିକ ପଢନ୍ତୁ...

ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର
ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

By

Published : Jan 17, 2021, 12:18 PM IST

କୋରାପୁଟ:ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ କରି ଫସିଲେ ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ଅଧିନସ୍ଥ କାଠରଗଡା ଜଙ୍ଗଲରୁ ବେଆଇନ ଭାବେ ଚାଲାଣ ହେଉଥିବା ବିରଳ ପ୍ରଜାତିର ବଜ୍ରକାପ୍ତାକୁ ଉଦ୍ଧାର କରିିଛି ବନବିଭାଗ । ଘଟଣାର ଜଣେ ଗିରଫ ।

ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ଜୟପୁର ବନବିଭାଗକୁ ସଫଳତା । ବ୍ରଜକାପ୍ତା ଚଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଜୟପୁର ବନବିଭାଗ ବୋରିଗୁମ୍ମା ବନାଞ୍ଚଳରେ ଅଚାନକ ଚଢାଉ କରିଥିଲା । ଚଢାଉରେ ଗୋଟିଏ ବିରଳ ପ୍ରଜାତିର ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଚାଲାଣକାରିକୁ ଗିରଫ କରାଯାଇଛି ।

ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ବୋରିଗୁମ୍ମା ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ଦୁଇକିଲୋରୁ ଉର୍ଦ୍ଧ୍ବ ହେବ ବୋଲି ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲୀପ ପଟ୍ଟନାୟକ କହିଛନ୍ତି । ବନବିଭାଗ ତଦନ୍ତ ଜାରି ରଖିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details