ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ, ଆସିିଛି ୯୯ଟି ଅଭିଯୋଗ - ପଞ୍ଚାୟତ ନିର୍ବାଚନ ସଂରକ୍ଷଣ

କୋରାପୁଟରେ ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ଅଭିଯୋଗ ଦାଖଲର ଶେଷ ଦିନ । ସେପଟେ ଜିଲ୍ଲାପରିଷଦ ସଭ୍ୟ ପାଇଁ ଆସନ୍ତା 18 ତାରିଖ ଅଭିଯୋଗ ଦାଖଲ କରିବା ଶେଷ ଦିନ ରହିଛି । ଅଧିକ ପଢନ୍ତୁ...

Panchayat election reservation complaint in koraput
ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ନେଇ ଆସିିଛି ୯୯ ଟି ଅଭିଯୋଗ

By

Published : Oct 16, 2021, 8:52 PM IST

କୋରାପୁଟ: ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ଅଭିଯୋଗ ଦାଖଲର ଶେଷ ଦିନ । ବିଭିନ୍ନ ପଞ୍ଚାୟତରେ ଲୋକେ ଆସି ସଂରକ୍ଷିତ ବ୍ୟବସ୍ଥାକୁ ନେଇ ଅଭିଯୋଗ କରିଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ମଧ୍ୟ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରିଛନ୍ତି।

ଜିଲ୍ଲାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ନିମନ୍ତେ ସ୍ଥାନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ଆଜି ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଏ ସଂକ୍ରାନ୍ତରେ ଆପତ୍ତି ଅଭିଯୋଗ ଗ୍ରହଣ କରିଛନ୍ତି । ଏହି ପ୍ରକ୍ରିୟାରେ 2973 ୱାର୍ଡ ସଭ୍ୟ , 240 ସରପଞ୍ଚ , 240 ସମିତି ସଭ୍ୟ, 29 ଜିଲ୍ଲା ପରିଷଦ ସଭ୍ୟ ଓ 14 ଜଣ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ବିଜ୍ଞପ୍ତିକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସୂଚନା ଦିଆଯାଇଥିଲା ଓ ଆଜି ପର୍ଯ୍ୟନ୍ତ ସମୁଦାୟ 99 ଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ କହିଛନ୍ତି । ସେପଟେ ଜିଲ୍ଲାପରିଷଦ ସଭ୍ୟ ପାଇଁ ଆସନ୍ତା 18 ତାରିଖ ଅଭିଯୋଗ ଦାଖଲ କରିବା ଶେଷ ଦିନ ରହିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ନେଇ ଆସିିଛି ୯୯ ଟି ଅଭିଯୋଗ

ତେବେ 2011 ଜନଗଣନାକୁ ଆଧାର କରି ସ୍ଥାନ ସଂରକ୍ଷଣର ନିଷ୍ପତ୍ତି ନିଆଯାଉଥିବା ଯୋଗୁଁ ଯେଉଁଠାରେ ଆଦୌ ଆଦିବାସୀ ନାହାନ୍ତି ସେହି ସ୍ଥାନକୁ ଆଦିବାସୀ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖା ଯାଇଥିବା ଭଳି ସମସ୍ୟା ଦେଖାଯାଉଥିବା ଅଭିଯୋଗକାରୀ କହିଛନ୍ତି । ଏହାର ଗାଣିତିକ ବ୍ୟବସ୍ଥାକୁ ପ୍ରଶାସନ ବୁଝାଉଥିବା ବେଳେ ଗାଁ ଗଣ୍ଡାରେ ଏପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ସମସ୍ତ ଅଭିଯୋଗକୁ ପାଇବା ପରେ ଜିଲ୍ଲାପାଳ ସେଗୁଡିକର ଯାଞ୍ଚ କରିବେ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ କହିଛନ୍ତି ।

ସୂଚନାଥାଉକି ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଚିଠା ତାଲିକା ପ୍ରକାଶ କରିଛନ୍ତି । ଅଭିଯୋଗ ଦାଖଲ ପରେ ଆସନ୍ତା ୨୬ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଁ ଏହାପରେ ବିଧିବଦ୍ଧି ଭାବରେ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details