କୋରାପୁଟ:ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା । ଶୁକ୍ରବାର କୋରାପୁଟ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ସ୍ଥାନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ରାଜ୍ୟରେ ନୂତନ ସଂରକ୍ଷଣ ତାଲିକା ପାଇଁ ଆଜି ପ୍ରକାଶ ପାଇଛି ଚିଠା ତାଲିକା । ଏହି ପ୍ରକ୍ରିୟାରେ କୋରାପୁଟ ଜିଲ୍ଲାର ମୋଟ 2973 ୱାର୍ଡ ସଭ୍ୟ , 240 ସରପଞ୍ଚ , 240 ସମିତି ସଭ୍ୟ , 29 ଜିଲ୍ଲା ପରିଷଦ ସଭ୍ୟ ଓ 14 ଜଣ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାଥମିକ ଚିଠା ତାଲିକା ପ୍ରସ୍ତୁତ କରାଯାଇଛି ।