ଓଡିଶା

odisha

ସରିଲା ପଲ୍ଲୀଶ୍ରୀ ମେଳା, 10 କୋଟି ଟଙ୍କା ବ୍ୟବସାୟ

By

Published : Dec 22, 2022, 4:55 PM IST

କେରାପୁଟରେ 5 ଦିନ ଧରି ଚାଲିଥିବା ପଲ୍ଲୀଶ୍ରୀ ମେଳା ଶେଷ ହୋଇଛି (pallishree mela over in koraput) । 10କୋଟି ଟଙ୍କାର ବ୍ୟବସାୟ ହୋଇଛି ।

ସରିଲା ପଲ୍ଲଶ୍ରୀ ମେଳା, 10 କୋଟି ଟଙ୍କା ବ୍ୟବସାୟ
pallishree mela over in koraput

ପଲ୍ଲୀଶ୍ରୀ ମେଳା

କୋରାପୁଟ:ରାଜ୍ୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ପାଳନ ଅବସରରେ କୋରାପୁଟରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଛି । ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଚଳିତ ମାସ 17 ତାରିଖରୁ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଛି । ବୁଧବାର ଏହି ମେଳା ଶେଷ ହୋଇଛି (pallishree mela over in koraput) । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ରକମର ବ୍ୟବସାୟ କରୁଥିବା ଛୋଟ ବଡ ବେପାରୀ ପହଁଚିଥିବା ବେଳେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ନିଜ ନିଜ ଅଞ୍ଚଳର ବିଶେଷ ଉତ୍ପାଦନକୁ ସାଥିରେ ଆଣି ଏହି ବିଶାଳ ବଜାରରେ ଲାଭବାନ ହୋଇଛନ୍ତି ।

କୋରାପୁଟ ଜିଲ୍ଲାର ଆଦିବାସୀ ମଧ୍ୟ ଜିଲ୍ଲା ପ୍ରଶାସନ ତଥା ଓରମାସର ସକ୍ରିୟ ସହଯୋଗରେ ଭଲ ବ୍ୟବସାୟ କରି ଆଗକୁ ବଢିବା ଦିଗରେ ଉତ୍ସାହିତ ହୋଇଛନ୍ତି । ପାଞ୍ଚଦିନ ଧରି ଚାଲିଥିବା ଏହି ସ୍ବତନ୍ତ୍ର ବଜାରରେ ଚତୁର୍ଥ ଦିନ ସୁଦ୍ଧା ପ୍ରାୟ ଆଠ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ବୁଧବାର ଶେଷ ସନ୍ଧ୍ୟା ସୁଦ୍ଧା ଏହା 10 କୋଟିରେ ପହଞ୍ଚିଛିଥିବା ଓରମାସର ଜିଲ୍ଲା ପ୍ରକଳ୍ପ ଅଧିକାରୀ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ... କୋଟିପତି ରେଞ୍ଜ ଅଫିସର: ୨ କୋଟି ୪୫ ଲକ୍ଷ ସମ୍ପତ୍ତି ଠାବ

ଏହି ମେଳାରେ କୋଟିଆ ଅଞ୍ଚଳର ଝାଡୁ, ବିରି, ସୁଆଁ ପ୍ରଭୃତି ଆକର୍ଷଣ ସୃଷ୍ଟି କରିଥିବା ବେଳେ ପ୍ରଥମ ଥର ପାଇଁ ଏପରି ଏକ ବଜାରକୁ ନିଜ ବାଉଁଶ କାମକୁ ଧରି ଆସିଥିବା ନାରାୟଣପାଟଣାର ଆଦିବାସୀ ସ୍ଵୟଂ ସହାୟକ ଦଳ ବେଶ ଉତ୍ସାହିତ ହୋଇଛନ୍ତି । ସେହିପରି ଲକ୍ଷ୍ମୀପୁର ଅଞ୍ଚଳର ହଳଦୀ ଓ ହଳଦୀରେ ତିଆରି ସାବୁନ ଗ୍ରାହକଙ୍କ ମଧ୍ୟରେ ବହୁତ୍ ଆଦୃତ ହୋଇଥିବା ପ୍ରସ୍ତୁତକାରୀ ଦଳ ସୂଚନା ଦେଇଛନ୍ତି । ତେବେ ଏହି ଉତ୍ପାଦଗୁଡ଼ିକର ଏକ ସ୍ଥାୟୀ ବଜାର ସୃଷ୍ଟି କରିବା ପାଇଁ ଗ୍ରାହକ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details