କୋରାପୁଟ: ଚାଷୀ ମୁହଁରେ ଫୁଟିଲା ହସ । କାହିଁକି ନା ନିଜ ଉତ୍ପାଦିତ ପନିପରିବା ଆଉ ନଷ୍ଟ ହେଉନି । ଉତ୍ପାଦିତ ଫସଲକୁ ବିକ୍ରିବଟା ପାଇଁ ଦୀର୍ଘ ଦିନ ଧରି ସାଇତି ରଖି ହେଉଛି । ବାଡିରେ ଫଳୁଥିବା ମକା, ଭେଣ୍ତି,ଟମାଟୋ ଓ ଲଙ୍କାଙ୍କୁ ଦୀର୍ଘ ଦିନ ଧରି ସଂରକ୍ଷିତ କରି ରଖୁଛନ୍ତି କୋରାପୁଟ ସେମିଳିଗୁଡା ବ୍ଲକର ପାଖଝୋଲା ଓ ଆଲିଗାଁର ଚାଷୀ । ଆଉ ସେଥିରୁ ବେଶ ଦି ପଇସା ରୋଜଗାର ବି କରୁଛନ୍ତି । କେବଳ ଗୋଟିଏ ଶୀତଳ ଭଣ୍ତାର ନୁହେଁ । ପ୍ରତ୍ୟେକଙ୍କ ବାଡି ପଛପଟେ ରହିଛି ଶୀତଳ ଭଣ୍ତାର । ଯାହାର ନାଁ ହେଉଛି ସବଜି କୁଲର। ଏହି କୁଲର ଦାମ ବି ବହୁତ କମ ରହିଛି ।
‘ପାଖଝୋଲା’ ପଞ୍ଚାୟତ: ପ୍ରତି ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା - କୋରାପୁଟ ଖବର
ସବଜି କୁଲରରୁ ଉପକୃତ ହେଉଛନ୍ତି ଚାଷୀ । ନିଜ ଉତ୍ପାଦିତ ପନିପରିବା ଆଉ ନଷ୍ଟ ହେଉନି । ଉତ୍ପାଦିତ ଫସଲକୁ ବିକ୍ରିବଟା ପାଇଁ ଦୀର୍ଘ ଦିନ ଧରି ସାଇତି ରଖି ହେଉଛି । ଅଧିକ ପଢନ୍ତୁ...
![‘ପାଖଝୋଲା’ ପଞ୍ଚାୟତ: ପ୍ରତି ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା Pakhjhola Panchayat: The facility of cold storage for every farmer](https://etvbharatimages.akamaized.net/etvbharat/prod-images/768-512-12544185-thumbnail-3x2-k.jpg)
‘ପାଖଝୋଲା’ ପଞ୍ଚାୟତ: ପ୍ରତି ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା
‘ପାଖଝୋଲା’ ପଞ୍ଚାୟତ: ପ୍ରତି ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା
କୋରୋପୁଟରୁ ସିଏଚ. ଶାନ୍ତାକାର,ଇଟିଭି ଭାରତ