ଓଡିଶା

odisha

ETV Bharat / state

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି ସିଡିଏମଓ ଡାକ୍ତର ଅରୁଣ ପାଢ଼ୀ । ଅଧିକ ପଢନ୍ତୁ

ପଦ୍ମଶ୍ରୀ କମଳା ପୂଜାରିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର
ପଦ୍ମଶ୍ରୀ କମଳା ପୂଜାରିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

By

Published : Aug 23, 2022, 8:46 AM IST

Updated : Aug 23, 2022, 9:17 AM IST

କୋରାପୁଟ:ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ଜୟପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି କୋରାପୁଟ ମୁଖ୍ୟ ଚିକିତ୍ସାଳୟ ସିଡିଏମଓ ଡାକ୍ତର ଅରୁଣ ପାଢୀ । ଜ୍ବର ସହ ଝାଡାବାନ୍ତି ହେଉଥିବାରୁ ସୋମବାର ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନରେ ତାଙ୍କୁ ଚିକିତ୍ସା କରିଥିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ । ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ଦିନେ କି ଦୁଇ ଦିନ ଭିତରେ ତାଙ୍କୁ ଡିସଚାର୍ଜ କରାଯିବା ନେଇ ସୂଚନା ଦେଇଛନ୍ତି ସିଡିଏମଓ । ପୂର୍ବରୁ ଥରେ ମଧ୍ୟ ତାଙ୍କ ଦେହ ଖରାପ ହୋଇଥିଲା । ଜ୍ବର ଓ ଝାଡାବାନ୍ତି ପାଇଁ କିିଛି ଖାଇ ନଥିବାକୁ ସେ ଦୁର୍ବଳ ହୋଇଯାଇଛନ୍ତି । ବର୍ତ୍ତମାନ ସେ ଠିକ ଥିବା କହିଛନ୍ତି ସିଡିଏମଓ ଅରୁଣ ପାଢୀ ।

ଏହା ବି ପଢନ୍ତୁ...ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ପ୍ରକାଶ ଥାଉ କି, କୋରାପୁଟ ଜିଲ୍ଲାର ପାତ୍ରପୁଟରେ 300ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ କମଳା ପୂଜାରୀ ।

ଇଟିଭି ଭାରତ,କୋରାପୁଟ

Last Updated : Aug 23, 2022, 9:17 AM IST

ABOUT THE AUTHOR

...view details