ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କ ସୁରକ୍ଷା ଦାବି, ବିଡିଓଙ୍କୁ ଦାବିପତ୍ର ପ୍ରଦାନ - କୋରାପୁଟରେ ଜିଲ୍ଲା ସାମ୍ବାଦିକ ସଂଘର ପ୍ରାନ୍ତୀୟ ସମାବେଶ

କୋରାପୁଟରେ ଜିଲ୍ଲା ସାମ୍ବାଦିକ ସଂଘର ପ୍ରାନ୍ତୀୟ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ । ସାମ୍ବାଦିକଙ୍କ ସୁରକ୍ଷା ନେଇ ଉଠିଲା ଦାବି । ଅଧିକ ପଢ଼ନ୍ତୁ

ouj demands security for journalist
ସାମ୍ବାଦିକଙ୍କ ସୁରକ୍ଷା ଦାବି, ବିଡିଓଙ୍କୁ ଦାବିପତ୍ର ପ୍ରଦାନ

By

Published : Oct 1, 2022, 2:18 PM IST

କୋରାପୁଟ:ସାମ୍ବାଦିକଙ୍କ ସୁରକ୍ଷା ନେଇ ଉଠିଲା ଦାବି । କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଆୟୋଜିତ ଜିଲ୍ଲା ସାମ୍ବାଦିକ ସଂଘର ପ୍ରାନ୍ତୀୟ ସମାବେଶ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ନେଇ ଦାବି ହୋଇଛି। ସ୍ବାସ୍ଥ୍ୟବୀମା ରାଶିକୁ ୨ଲକ୍ଷ ପରିବର୍ତ୍ତେ ୫ଲକ୍ଷ ଓ ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ଏହି ବୀମା ଭୁକ୍ତ କରାଯାଉ ବୋଲି ଦାବି ହୋଇଛି ।

ସାମ୍ବାଦିକଙ୍କ ସୁରକ୍ଷା ଦାବି

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ସାମିଲ ହୋଇ ସାମ୍ବାଦିକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ନକ୍ସଲ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ କିପରି ସୁରକ୍ଷିତ ରହିବେ ସେ ଦିଗରେ ସରକାର ନିହାତି ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି । ବିଭିନ୍ନ ଛୋଟ ବଡ଼ ରାଜ୍ୟ ମାନଙ୍କରେ ସାମ୍ବାଦିକ ବୀମାରାଶି ୫ଲକ୍ଷ ଅଛି ଏବଂ ଆମ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାଧାରଣ ଲୋକେ ୫ରୁ ୧୦ଲକ୍ଷ ଦିଆଯାଉଥିବାବେଳେ ସାମ୍ବାଦିକଙ୍କ ପାଇଁ ୨ଲକ୍ଷ ରଖାଯିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

ରାଜ୍ୟ ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ସହ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ଆସିଥିବା ସାମ୍ବାଦିକମାନେ ଏକ ଶୋଭଯାତ୍ରାରେ ବାହାରି ବିଭିନ୍ନ ସମସ୍ୟା ତଥା ବୀମା ରାଶି ବୃଦ୍ଧି, ପେନସନ ଲାଗୁ କରିବା ଏବଂ ସାମ୍ବାଦିକ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉବ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସେମିଳିଗୁଡା ବିଡ଼ିଓ ସବ୍ୟସାଚୀ ବେହେରାଙ୍କୁ ପ୍ରଦାନ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details