କୋରାପୁଟ: ଦଶମନ୍ତପୁରର ଯୁବ ପ୍ରତିଭା ରୋବ ଡ୍ୟାନ୍ସର ସୋମନାଥ ଓ ଜଗନ୍ନାଥ ନାଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କୋରାପୁଟସ୍ଥିତ ଓଏସଏପିର ସିପାହୀ ଜୟରାମ ପୂଜାରୀ । ଗରିବ ପରିବାରରୁ ଆସିଥିବା ଏହି ଦୁଇଜଣ କଳାକାରଙ୍କ ପ୍ରଦର୍ଶନ ଓ ସେମାନଙ୍କ ମଧ୍ୟରେ ଆଗକୁ ବଢ଼ିବାର ପ୍ରୟାସରେ ପ୍ରଭାବିତ ହୋଇ ଜୟରାମ ପୂଜାରୀ ନିଜ ତରଫରୁ 20 ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।
ବିନା କୌଣସି ସ୍ବତନ୍ତ୍ର ତାଲିମ ନନେଇ ମଧ୍ୟ ସେମାନେ ପ୍ରଦର୍ଶନ କରୁଥିବା କଳା କୌଶଳ ସମସ୍ତଙ୍କୁ ଆଚମ୍ବିତ କରିଛି । ସେମାନେ ନିଜର ଏହି ନୃତ୍ୟକୁ ନେଇ ଏକ ଆଲବମ କରିବାର ସ୍ବପ୍ନ ଦେଖିଥିବା ପ୍ରକାଶ କରିବା ପରେ ସେ ଏହି ସହାୟତା ରାଶି ପ୍ରଦାନ କରିଥିବା ଜଣାଇଛନ୍ତି ।