ଓଡିଶା

odisha

ETV Bharat / state

କୋରାପୁଟରେ ଖୋଲିଲା ଗାଁ ଆମ୍ବ ପସରା, ବିକ୍ରି ହେଉଛି ଭଳିକି ଭଳି ଆମ୍ବ

ଓରମାସ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଖୋଲିଛି ଗାଁ ଆମ୍ବ ପସରା। ଅଧିକ ପଢନ୍ତୁ

By

Published : May 18, 2023, 3:25 PM IST

ormas organises gaon amba pasara in koraput
ormas organises gaon amba pasara in koraput

ormas organises gaon amba pasara in koraput

କୋରାପୁଟ :କୋରାପୁଟରେ ଖୋଲିଛି ଆମ୍ବ ପସରା। ଆମ୍ବ ପ୍ରେମୀଙ୍କ ପାଇଁ ଓରମାସ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ 'ଗାଁ ଆମ୍ବ ପସରା' ଖୋଲିଛି । ଭଳିକି ଭଳି ଆମ୍ବ ଯେପରିକି, ଲେଙ୍ଗଡ଼ା , ଆମ୍ରପାଲି , ଆଖୁରସ , ସିନ୍ଦୁରି , ମଲ୍ଲିକା , ଦଶରୀ ଓ ବାଇଗଣପାଲି ଭଳି ଅନେକ ପ୍ରକାରର ଏଠାରେ ବିକ୍ରି ହେଉଛି। ଆସନ୍ତା 15 ଦିନ ପର୍ଯ୍ୟନ୍ତ ଗାଁ ଆମ୍ବ ପସରା ଖୋଲା ରହିବ। ଜିଲ୍ଲାର ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି ଏହି ଆମ୍ବ ପସରା । ଏହି ଆମ୍ଭ ପସରାର ମୁଖ୍ୟ ଲକ୍ଷ୍ୟ ହେଉଛି ଗାଁ ଗଣ୍ଡାରେ ଥିବା ବଗିଚାରେ ଫଳିଥିବା ଆମ୍ବକୁ ଉପଯୁକ୍ତ ବଜାର ଯୋଗାଇବା।

ସାବିତ୍ରୀ ଅବସରରେ କୋରାପୁଟ ବାସୀଙ୍କୁ ଭଳିକି ବଳି ସ୍ୱାଦର ଆମ୍ବ ସୁଲଭ ମୂଲ୍ୟରେ ଏହି ବଜାର ଯୋଗାଇଦେଵ ବୋଲି ଓ ରମାସର ଜିଲ୍ଲାଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି । କୋରାପୁଟରେ ଆମ୍ବ ବଗିଚା ଭାବେ ଖ୍ୟାତି ଅର୍ଜନ କରିଥିବା ବୋରିଗୁମ୍ମାର ବଜାର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଛୋଟ ବଡ ବଗିଚାରୁ ଆସିଥିବା ବିଭିନ୍ନ ଆମ୍ଭ କୋରାପୁଟ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଜିଲ୍ଲାର ଓରମାସ , ଆଇଟିଡିଏ , ଉଦ୍ୟାନ ବିଭାଗ , ନାବାର୍ଡ ଭଳି ସରକାରୀ ସଂସ୍ଥା ଏବଂ ଅନେକ ବେସରକାରୀ ସଂଗଠନର ସମନ୍ବିତ ପ୍ରୟାସ ଫଳରେ କୋରାପୁଟର ଆମ୍ବ ଗତ ଦିନ ଗୁଡିକରେ ଦିଲ୍ଲୀ ବଜାରକୁ ଯାଇ ବେଶ ଆଦର ଲାଭ କରିଛି । ଏହି ସମସ୍ତ ଅନୁଷ୍ଠାନର ମିଳିତ ପ୍ରୟାସ ଓ ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳସ୍ୱରୂପ ଦଶମନ୍ତପୁରର ଖଜୁରିପୁଟ ଗ୍ରାମରୁ ଦୁଇଜଣ ଚାଷୀ ନାଥ ସାନ୍ତା ଓ ପରମା ପୂଜାରୀଙ୍କ ଆମ୍ବ ବଗିଚାରେ ଫଳିଥିଲା ଉନ୍ନତ ମାନର ମଲ୍ଲିକା ଓ ଲେଙ୍ଗଡା ଆମ୍ବ ।

ଦିଲ୍ଲୀର ମଦର୍ସ ଡାଏରିର ପ୍ରତିନିଧି ଜିଲ୍ଲାର ବିଭିନ୍ନ ଆମ୍ବ ବଗିଚା ବୁଲିବା ପରେ ଏହି ଦୁଇଜଣ ଚାଷୀଙ୍କ ବଗିଚାକୁ ଚୟନ କରିଥିୱଲେ। ପରେ ଏହି ବଗିଚାରୁ ଦୁଇ ଟନ ଆମ୍ବକୁ ଗତ ବର୍ଷ ଦିଲ୍ଲୀ ବଜାରରେ ବିକ୍ରି କରିବା ପାଇଁ ନେଇଥିବା ଓରମାସ ର ଜିଲ୍ଲା ସଂଯୋଜକ ରୋଶନ କାର୍ତ୍ତିକ ଜଣାଇଛନ୍ତି । ସମସ୍ତ ବିଭାଗ ଓ ବେସରକାରୀ ସଂସ୍ଥାର ମିଳିତ ଉଦ୍ୟମରେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇଥିବା ଯୋଗୁଁ ଚାଷୀ ବି ଖୁସୀ ପ୍ରକାଶ କରିଥିଲେ । ଚଳିତ ବର୍ଷ ଆମ୍ବ ଉତ୍ପାଦନ ଏତେ ଭଲ ନଥିଲେ ମଧ୍ୟ ଆଗକୁ ଜିଲ୍ଲାର ସାଧାରଣ ଆମ୍ବ ଚାଷୀ ପୂର୍ବ ବର୍ଷ ଗୁଡିକ ଭଳି ସାରା ଦେଶରେ ବିଭିନ୍ନ ବଜାରରେ ନିଜ ଆମ୍ବ କିପରି ବିକ୍ରି କରି ଉଚିତ ମୂଲ୍ୟ ପାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ଜିଲ୍ଲା ଅଧିକାରୀ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details