କୋରାପୁଟ: ଦିନକୁ ଦିନ ବିଷ ପାଲଟୁଛି ଖାଦ୍ୟପଦାର୍ଥ । ରାସାୟନିକ ପଦ୍ଧତିରେ ଅଧିକ ଉପାର୍ଜନ କରିବାକୁ ଯାଇ ଭୋଗୁବାକୁ ପଡୁଛି ନାନା ରୋଗ । ତେଣୁ ରସାୟନ ପଦ୍ଧତି ନୁହେଁ ପାରମ୍ପରିକ ଉପାୟରେ ବିହନ ସଂରକ୍ଷଣ କରାଯାଉ । ଏନେଇ ଚାଷୀଙ୍କୁ ସଚେତନତା କରିବାକୁ ଯାଇ କୋରାପୁଟରେ ଏକତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ବିହନ ମେଳା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଓ ନବରଙ୍ଗପୁର ଅଞ୍ଚଳର ବହୁ ଚାଷୀ ଭାଗ ନେଇଥିଲେ । ଯେଉଁଥିରେ ସେମାନଙ୍କୁ ସଚେତନତା କରିବାକୁ ଆସିଥିଲେ ପଦ୍ମଶ୍ରୀ କମଳା ପୂଜାରୀ ଓ ନବରଙ୍ଗପୁର ଜିଲ୍ଲାରେ 400ଶହରୁ ଊର୍ଦ୍ଧ୍ବ ପାରମ୍ପରିକ ଧାନ ସଂରକ୍ଷକ କରିପାରିଥିବା ଶଙ୍କର ପ୍ରସାଦ ପଟ୍ଟନାୟକ ।
ରାସାୟନିକ ପଦାର୍ଥ ବ୍ୟବହାର ଦ୍ବାରା ମାଟିର ଗୁଣବତ୍ତା ନଷ୍ଟ ହେଉଥିବାବେଳେ ନାନାଦି ରୋଗର ଶିକାର ହେବାକୁ ପଡୁଛି । ତେବେ ଯେତିକି ଜୈବିକ ପଦାର୍ଥ ବ୍ୟବହାର କରି ଚାଷ କରିପାରିଲେ ବିଭିନ୍ନ ଗୁଣବତ୍ତା ସାଙ୍ଗକୁ ଉନ୍ନତମାନର ଶସ୍ୟ ଉତ୍ପାଦନ ହେବ ବୋଲି ଶଙ୍କର ପ୍ରସାଦ କହିଛନ୍ତି । ସେପଟେ, କମଳା ପୂଜାରୀଙ୍କ ଉଦ୍ୟମ ସାରା ଦେଶରେ ସମ୍ମାନିତ କରାଯାଇଥିବାବେଳେ ଚାଷୀଙ୍କୁ ଅତି ନିକଟରୁ ନିଜ ଅଭିଜ୍ଞତା ବାଣ୍ଟି ବେଶ ଉତ୍ସାହିତ ଅନୁଭବ କରିଛନ୍ତୁ ପଦ୍ମଶ୍ରୀ କମଳା ।
ଚାଷୀ, ଗବେଷକ ଓ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଏହି ଆଶଙ୍କାର ଭାବ ସୀମିତ ନ ରହି ଏହି କଥା ସରକାରୀ ଯୋଜନାରେ ସ୍ଥାନ ପାଇଲେ ଚାଷୀକୂଳ ଉପକୃତ ହୋଇପାରନ୍ତେ ବୋଲି ଏକତା ସଙ୍ଗଠନର ସମ୍ପାଦକ ଜଗନ୍ନାଥ ମିଶ୍ର ମତ ରଖିଛନ୍ତି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ