ଓଡିଶା

odisha

ETV Bharat / state

ଲକ୍ଷ୍ମୀ ଯୋଜନାକୁ ବିରୋଧ, କୋରାପୁଟରେ 24 ଘଣ୍ଟା ପାଇଁ ଘରୋଇ ବସ ଚଳାଚଳ ବନ୍ଦ - ଘରୋଇ ବସ ଚଳାଚଳ ବନ୍ଦ

କୋରାପୁଟରେ 24 ଘଣ୍ଟିଆ ବସ ଚଲାଚଳ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ଅଧିକ ପଢନ୍ତୁ

Private bus owners observe strike
Private bus owners observe strike

By ETV Bharat Odisha Team

Published : Oct 2, 2023, 2:09 PM IST

Private bus owners observe strike

କୋରାପୁଟ: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି କୋରାପୁଟରେ ବସ ଚଳାଚଳ ବନ୍ଦ କଲା । 24 ଘଣ୍ଟିଆ ବସ ଚଲାଚଳ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ଆଜି ସକାଳଠାରୁ ବସ ଚଳାଚଳ ବନ୍ଦ ହୋଇଥିବା ବେଳେ ଆସନ୍ତାକାଲି ସକାଳେ ଶେଷ ହେବ। ଫଳରେ ବସଷ୍ଟାଣ୍ଡରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କୋରାପୁଟ ଜିଲ୍ଲାର ୧୪ଟି ବ୍ଲକକୁ ଘରୋଇ ବସ ଚଳାଚଳ ଠପ୍‌ ହୋଇଛି । ୨୦୦ରୁ ଊର୍ଦ୍ଧ୍ୱ ଘରୋଇ ବସ ୭୫ଟି ରୁଟ୍‌ରେ ଚଳାଚଳ ବନ୍ଦ କରିଛି ।

ଜିଲ୍ଲାରେ ଅଧିକାଂଶ ରାସ୍ତାରେ ଘରୋଇ ବସ ଚଳାଚଳ କରୁଛି । ବସ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମୁଖୀନ ହୋଇଛନ୍ତି । ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ କୋରାପୁଟ ବସ୍‌ଷ୍ଟାଣ୍ଡରେ ଅଟକି ରହିଛନ୍ତି । ଲକ୍ଷ୍ମୀ ବସ୍‌ ସେବା ଯୋଜନାରେ ଘରୋଇ ବସ ଗୁଡିକୁ ସାମିଲ କରିବା ଦାବିରେ ବସ୍‌ ଚଲାଚଳ ବନ୍ଦ କରିଛି ବସ ମାଲିକ ସଂଘ । ସରକାର ଲକ୍ଷ୍ମୀ ବସ ସେବା ଆରମ୍ଭ କରି ଘରୋଇ ବସ ମାଲିକ ସଂଘ ଓ କର୍ମଚାରୀଙ୍କ ଜୀବନ ଜୀବିକାକୁ ବୁଡାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ବସ ମାଲିକ ଓ କର୍ମଚାରୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେବାକୁ କୋରାପୁଟ ଘରୋଇ ବସ ମାଲିକ ସଂଘ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ-ଲକ୍ଷ୍ମୀ ଯୋଜନାକୁ ବିରୋଧ, ନବରଙ୍ଗପୁରରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ

ବସ ଚଳାଚଳ ବନ୍ଦ ରହିଥିବା ବେଳେ ବସ୍‌ ଷ୍ଟାଣ୍ଡ ଖାଁ ଖାଁ ହୋଇ ପଡ଼ିଛି । କିଛି ଅଟୋ ହିଁ ବସ୍‌ ଷ୍ଟାଣ୍ଡରେ ରହିଥିବା ଦେଖିବାକୁ ମିଳିଛି । ରାଜଧାନୀରୁ ପ୍ରତ୍ୟେକ ପଞ୍ଚାୟତକୁ ବସ ଗଡ଼ିବା ନେଇ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ବର୍ତ୍ତମାନ ବସ୍‌ଗୁଡିକ କୋରାପୁଟ ଜିଲ୍ଲାରେ ପହଞ୍ଚିଥିବା ବେଳେ ଚଳାଚଳ ଆରମ୍ଭ ହୋଇନାହିଁ । ବିନା ଆଲୋଚନାରେ ସରକାରଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ଘରୋଇ ବସ ମାଲିକ ସଂଘ ଆଜି ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ କରିଛି । ଆଜି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବସଚଳାଚଳ ବନ୍ଦ ରହିଛି । ବସ୍‌ ମାଲିକ ସଂଘର ବିନା ସହମତିରେ ରାଜଧାନୀରୁ ପ୍ରତ୍ୟେକ ପଞ୍ଚାୟତକୁ ବସ୍‌ ସେବା ଆରମ୍ଭ ହୋଇଥିବାରୁ ଏହାକୁ ବିରୋଧ କରାଯାଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details