ଓଡିଶା

odisha

ETV Bharat / state

ପ୍ରଶାସନିକ ଅବହେଳାକୁ ବିରୋଧ କରି ଧାରଣା

ବୈପାରିଗୁଡା ବ୍ଲକ ପ୍ରତି ପ୍ରଶାସନିକ ବୈମାତୃକ ମନୋଭାବକୁ ବିରୋଧ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତ୍ରିଲୋଚନ ଜେନାଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ...

By

Published : Dec 4, 2020, 10:41 PM IST

ପ୍ରଶାସନିକ ଅବହେଳାକୁ ବିରୋଧ କରି ଧାରଣା
ପ୍ରଶାସନିକ ଅବହେଳାକୁ ବିରୋଧ କରି ଧାରଣା

କୋରାପୁଟ: ବୈପାରିଗୁଡା ବ୍ଲକ ପ୍ରତି ପ୍ରଶାସନିକ ବୈମାତୃକ ମନୋଭାବକୁ ବିରୋଧ । ବୈପାରିଗୁଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତ୍ରିଲୋଚନ ଜେନାଙ୍କ ନେତୃତ୍ୱରେ ସେହି ବ୍ଲକର ସାଧାରଣ ଜନତା ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦିଆଯାଇଥିଲା ।

ବୈପାରିଗୁଡ଼ାରେ ମାଆ ଓ ଶିଶୁଙ୍କ ପାଇଁ ହସ୍ପିଟାଲ ନିର୍ମାଣ ହେବା ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ସେଥି ନିମନ୍ତେ ଜାଗା ଚୟନ କରାଯାଇନଥିବା ଯୋଗୁଁ କାମ ଆରମ୍ଭ ହୋଇପାରୁ ନାହିଁ ବୋଲି ତ୍ରିଲୋଚନ ଜେନା କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରଶାସନିକ ଅବହେଳାକୁ ବିରୋଧ କରି ଧାରଣା

ସେହିପରି ଏକଲବ୍ୟ ବିଦ୍ୟାଳୟ ଭବନ ଓ ବସ ଷ୍ଟାଣ୍ଡ ନିର୍ମାଣରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଥିବା ଜଣାଇଛନ୍ତି । ଏହି ସମସ୍ତ ଘଟଣା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହିଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ଗୁଡିକୁ ତୁରନ୍ତ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବାପାଇଁ ସେମାନେ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details