କୋରାପୁଟ: ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ମାମଲା ବୃଦ୍ଧି ପାଉଥିବା ବେଳେ ଜୟପୁର ପୋଲିସକୁ ମିଳିଛି ବଡ ସଫଳତା । ଅପରେସନର ଗ୍ରୀନ କ୍ଲିନରେ ପୋଲିସ 10 କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା 15 ଜଣଙ୍କୁ ଗିରଫ କରିଛି । ଏଥିସହ ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ହେଉଥିବା 4ଟି ଗାଡି ମଧ୍ୟ ଜବତ କରିଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢେଇ କୋଟିରୁ ଊର୍ଦ୍ଧ୍ବ ହେବ ।
ଅପରେସନ ଗ୍ରୀନ କ୍ଲିନ୍: କୋରାପୁଟରୁ ଅଢେଇ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ - 15 ଗିରଫ
ଅପରେସନ ଗ୍ରୀନ କ୍ଲିନରେ କୋରାପୁଟ ପୋଲିସକୁ ବଡ ସଫଳତା । ଅଢେଇ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ସହ 15ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ଜୟପୁର ଏସଡିପିଓ ସାଗରିକା ନାଥ ସୂଚନା ଦେଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଗିରଫ ବ୍ୟକ୍ତିମାନେ ରାଜ୍ୟ ବାହାରର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ସାଗରିକା ନାଥ । ଏମାନେ ସ୍ଥାନୀୟ ଯୁବକଙ୍କ ସହାୟତାରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିଲେ । ତେବେ ଏହି ଗଞ୍ଜେଇ ସବୁ ମାଲକାନଗିରି ଓ ଲମତାପୁଟ ଅଞ୍ଚଳରୁ ଚାଲାଣ ହେଉଥିଲା । ଜିଲ୍ଲାରେ ଗଞ୍ଜେଇ ଚାଲାଣ ରୋକିଵାକୁ ଅପରେସନ ଗ୍ରୀନ କ୍ଳିନ୍ ଆରମ୍ଭ କରାଯାଇଥିବା ବେଳେ ଆଗକୁ ଆହୁରି ଏହାକୁ ଜୋରଦାର କରାଯିଵ ଵୋଲି ସେ କହିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ