ଓଡିଶା

odisha

ETV Bharat / state

45 ପରିବାରର ଦୁର୍ଦ୍ଦଶା; ଗାଁରେ ନାହିଁ ପିଇବା ପାଣି, ରାସ୍ତା - କୋରାପୁଟ ଗାଁର ସମସ୍ୟା

ଗାଁକୁ ନାହିଁ ପିଇବା ପାଣି କି ରାସ୍ତା ସୁବିଧା । ଏପରି କିଛି ଅବ୍ୟବସ୍ଥା ଘେରରେ ରହିଛନ୍ତି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ଡ଼ଙ୍ଗରିଗୁଡା ଗାଁ ଲୋକେ । ଅଧିକ ପଢନ୍ତୁ

45 ପରିବାରର ଦୁର୍ଦ୍ଦଶା; ଗାଁରେ ନାହିଁ ପିଇବା ପାଣି, ରାସ୍ତା
45 ପରିବାରର ଦୁର୍ଦ୍ଦଶା; ଗାଁରେ ନାହିଁ ପିଇବା ପାଣି, ରାସ୍ତା

By

Published : Apr 8, 2021, 9:56 PM IST

କୋରାପୁଟ:ଗାଁକୁ ସଡକଟିଏ ନାହିଁ । ଗାଁର ଦୁଇପଟେ ଦୁଇଟି ନାଳ । ସେହି ନାଳ ଡେଇଁ ମାଇଲେ ଚାଲିଲେ ଯାଇ ପକ୍କା ରାସ୍ତା ପଡେ । ଗାଁ ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସୁବିଧା ରହିଥିଲେ ହେଁ ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ନିକଟବର୍ତ୍ତୀ ବାଲିଘାଟକୁ ନାଳ ଡେଇଁ ଯିବାକୁ ହେଉଥିବା ଯୋଗୁଁ ଅଧିକାଂଶ ପିଲାଙ୍କ ପାଇଁ ପାଠ ପଢାରେ ପୂର୍ଣ୍ଣଚ୍ଛେଦ ପଡିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି ଅନେକ ସମସ୍ୟା ଘରରେ ରହିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ଡ଼ଙ୍ଗରିଗୁଡା ଗାଁରେ ।

ସମସ୍ୟା ଘରରେ ଗାଁ , ନାହିଁ ପିଇବା ପାଣି , ରାସ୍ତା ଭଳି ମୌଳିକ ସୁବିଧା

ସମସ୍ୟା କେବଳ ସେତିକିରେ ସିମିତ ନୁହେଁ । ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ହୁଅନ୍ତୁ ବା ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିବା ରୋଗୀଙ୍କୁ ନାଳ ଆରପଟ ପର୍ଯ୍ୟନ୍ତ କାନ୍ଧରେ ବୋହିନେଲେ ଅଟୋରିକ୍ସା ହେଉ ବା ଆମ୍ବୁଲେନ୍ସ ରେ ଡାକ୍ତରଖାନାକୁ ନେଇହୁଏ । କିନ୍ତୁ ବର୍ଷା ଦିନେ ତାହାବି ସମ୍ଭବ ହୁଏ ନାହିଁ । ନାଳ ଉପରେ ଛୋଟ ପୋଲଟିଏ ନିର୍ମାଣ କଲେ ଗାଁର ଅଧିକାଂଶ ସମସ୍ୟାର ସମାଧାନ କରିହୁଆନ୍ତା ବୋଲି ଗ୍ରାମବାସୀ ମତ ରଖିଛନ୍ତି ।

ଅପରପକ୍ଷେ ଗାଁରେ ବୟସ ସୀମା ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ପ୍ରଶାସନ ଆଖିରେ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବା ଯୋଗ୍ୟ ହୋଇପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁର ଜଣେ ଯୁବକ ଅଜୁ ସାନ୍ତାଙ୍କ କହିବା ଅନୁଯାୟୀ ଗାରେ ଜଣେ ହେଲେ ସରକାରୀ ଆବାସ ଯୋଜନାରେ ଘରଟିଏ ପାଇନାହାନ୍ତି । ଭତ୍ତା କରିଦେବା ପାଇଁ ହେଉ ବା ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ କେହି କେହି ଲାଞ୍ଚ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details