ଓଡିଶା

odisha

ETV Bharat / state

ଏଣିକି ଏକ କିଲୋ ପ୍ଲାଷ୍ଟିକ ବଦଳରେ ମିଳିବ ଆହାର କୁପନ - ପ୍ଲାଷ୍ଟିକ ମୁକ୍ତ ପାଇଁ କୋଟପାଡ଼ ଏନଏସିର ଉଦ୍ୟମ

କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ କିଗ୍ରା ପ୍ଲାଷ୍ଟିକ ବଦଳରେ ଗୋଟିଏ ଆହାର କୁପନ ଦିଆଯାଉଛି। ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Oct 30, 2019, 6:18 PM IST

Updated : Oct 30, 2019, 11:50 PM IST

କୋରାପୁଟ: ତେଲେଙ୍ଗାନାରେ କିଲେ ପ୍ଲାଷ୍ଟିକ ବଦଳରେ କିଲେ ଚାଉଳ ଦେବାର ଅଭିନବ ପ୍ରୟାସ କରାଯାଇଛି । କୋରାପୁଟ ଜିଲ୍ଲାର କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ତରଫରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଏନଏସି ପକ୍ଷରୁ ଏକ କିଗ୍ରା ପ୍ଲାଷ୍ଟିକ ବଦଳରେ ଗୋଟିଏ ଆହାର କୁପନ ଦିଆଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ 61 କିଲୋ ପ୍ଲାଷ୍ଟିକ ସଂଗ୍ରହ କରାଯାଇଛି ବୋଲି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଜଣାଇଛନ୍ତି । ଜମା ହୋଇଥିବା ପ୍ଲାଷ୍ଟିକକୁ ଏନଏସି ସଂଗ୍ରହ କରିବା ପରେ ଉଚିତ ପ୍ରକ୍ରିୟାରେ ଏହାକୁ ନଷ୍ଟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Oct 30, 2019, 11:50 PM IST

For All Latest Updates

TAGGED:

kotpad NAC

ABOUT THE AUTHOR

...view details