ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରେ ଯୁବକ ମୃତ - କୋରାପୁଟ

ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣାର ମାତ୍ରା । ଫଳରେ ଅଦିନରେ ଗଡୁଛି ଶହ ଶହ ମୁଣ୍ଡ । ସହରରେ ଏଭଳି ଏକ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ପରିବାରବର୍ଗ ଓ ମିଶନ କମ୍ପାଉଣ୍ଡର ବାସିନ୍ଦା ମିଶି ମିଶନ କମ୍ପାଉଣ୍ଡ ଛକରେ ରାସ୍ତା ଅବରୋଧ କରିଥିଲେ । ତେବେ ଶେଷ ଖବର ସୁଦ୍ଧା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ବାବଦ ପ୍ରତିଶୃତି ମିଳିବା ପରେ ସନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ଆନ୍ଦୋଳନରୁ ଓହରିଛନ୍ତି ଉତ୍ତ୍ୟକ୍ତ ଜନତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 28, 2019, 12:13 AM IST

Updated : Apr 28, 2019, 5:18 AM IST

କୋରାପୁଟ: ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣାର ମାତ୍ରା । ଫଳରେ ଅଦିନରେ ଗଡୁଛି ଶହଶହ ମୁଣ୍ଡ । ସହରରେ ଏଭଳି ଏକ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ପରିବାରବର୍ଗ ଓ ମିଶନ କମ୍ପାଉଣ୍ଡର ବାସିନ୍ଦା ମିଶି ମିଶନ କମ୍ପାଉଣ୍ଡ ଛକରେ ରାସ୍ତା ଅବରୋଧ କରିଛନ୍ତି । ଏଥିସହ ଉଭୟ ଗାଡି ମାଲିକ ଓ ପ୍ରଶାସନ ତରଫରୁ କ୍ଷତିପୂରଣ ଦାବି କରିଛନ୍ତି ଉତ୍ତ୍ୟକ୍ତ ଜନତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ଲାଣ୍ଡିଗୁଡା ନିକଟରେ ସାଇକେଲରେ ଯାଉଥିବା ପ୍ରେମଚାନ୍ଦ ଖୋସ୍‌ଲାଙ୍କୁ ଏକ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ମୃତକଙ୍କ ପରିବାରବର୍ଗଙ୍କ ସମେତ ମିଶନ କମ୍ପାଉଣ୍ଡର ବାସିନ୍ଦାମାନେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଥିଲେ ।

ତେବେ ରାଜପଥର ଦୁରାବସ୍ଥା, ଡାକ୍ତରଖାନାରେ ଅବହେଳା ତଥା ପୋଲିସ ଦ୍ବାରା ଅପରାହ୍ଣ ପର୍ଯ୍ୟନ୍ତ ନିଷ୍କ୍ରିୟତାର ଅଭିଯୋଗ ଆଣିଥିଲେ ଉତ୍ତ୍ୟକ୍ତ ଜନତା । ଫଳରେ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା । ଅନ୍ୟପଟେ ସନ୍ଧ୍ୟାରେ ପୋଷ୍ଟମର୍ଟମ ପରେ ମୃତକଙ୍କ ମରଶରୀର ଆଣି ରଖିବା ଦ୍ବାରା ପରିସ୍ଥିତି ଅଧିକ ଗମ୍ଭୀର ହୋଇ ପଡିଥିଲା । ଏଥିସହ ହଠାତ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ଆଲୋଚନା ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

ଅନେକ ଅସୁବିଧା ପରେ ମଧ୍ୟ ଆଲୋଚନା କରାଯାଇ ପୁଣି ସ୍ଥିତିକୁ ସ୍ବାଭାବିକ କରାଯାଇଥିଲା ଏବଂ କିଛି ସମୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇ ପାରିଥିଲା ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Apr 28, 2019, 5:18 AM IST

ABOUT THE AUTHOR

...view details