ଓଡିଶା

odisha

By

Published : Jan 17, 2021, 9:08 PM IST

ETV Bharat / state

କେନାଲକୁ ଖସିଲା କାର୍, ଜଣେ ମୃତ

ମାଛକୁଣ୍ଡରେ ପିକନିକ ସାରି ଫେରିବା ସମୟରେ ଭାରସାମ୍ୟ ହରାଇ ଜୟପୁର ମୁଖ୍ୟ କେନାଲରେ ଆଜି ସନ୍ଧ୍ୟାରେ ଗୋଟିଏ କାର ଖସି ପଡିଛି । କାର୍ ଭିତରେ ତିନି ଜଣ ଥିବା ବେଳେ ଦୁଇ ଜଣକୁ ଉଦ୍ଧାର କରାଯାଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

କୋରାପୁଟ କେନାଲରେ କାର ଖସି ଜଣକର ମୃତ୍ୟୁ
କୋରାପୁଟ କେନାଲରେ କାର ଖସି ଜଣକର ମୃତ୍ୟୁ

କୋରାପୁଟ: ମାଛକୁଣ୍ଡରେ ପିକନିକ ସାରି ଫେରିବା ସମୟରେ ଭାରସାମ୍ୟ ହରାଇ ଜୟପୁର ମୁଖ୍ୟ କେନାଲରେ ଆଜି ସଂନ୍ଧ୍ୟାରେ ଗୋଟିଏ କାର ଖସି ପଡିଛି । କାର୍ ଭିତରେ ତିନି ଜଣ ଥିବା ବେଳେ ଦୁଇ ଜଣକୁ ଉଦ୍ଧାର କରାଯାଇ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କୋରାପୁଟ କେନାଲରେ କାର ଖସି ଜଣକର ମୃତ୍ୟୁ

ଗାଡି ଡ୍ରାଇଭିଂ କରୁଥିବା ହୀରପୁର ଗାଁର ଯୁବକ ଗଦାଧର ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜୟପୁର ଅଗ୍ନିଶମ ବିଭାଗ ସମେତ ଜୟପୁର ଟାଉନ ପୋଲିସ ଏବଂ ସଦର ପୋଲିସର ଦୀର୍ଘ ସମୟର ମିଳିତ ଅପରେସନ ପରେ ଦୁଇଜଣକୁ ଉଦ୍ଧାର କରାଯାଇଥିଲା । ହେଲେ ଡ଼୍ରାଇଭରଙ୍କ ମୁତ୍ୟୁ ଘଟିଥିବା ନେଇ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ । ଘଟଣାସ୍ଥଳରେ ଜୟପୁର ଟାଉନ ପୋଲିସ ଏବଂ ସଦର ପୋଲିସ ଓ ଅଗ୍ନିଶମ ବିଭାଗର ଆଠ ଜଣିଆ ଟିମ ସହ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details