ଓଡିଶା

odisha

ETV Bharat / state

ଆନ୍ଧ୍ର ପାଇଁ ଏକାଠି ହେଲେ କୋରାପୁଟର 5 ବିଧାୟକ, ନିର୍ମାଣ କଲେ ରାସ୍ତା - ଓଡିଶା-ଆନ୍ଧ୍ରପ୍ରଦେଶ ସୀମା

ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା ନିର୍ମାଣ କରିବା ପାଇଁ କୋରାପୁଟ ଜିଲ୍ଲାର ସମସ୍ତ ପାଞ୍ଚଜଣ ବିଧାୟକ ସହଯୋଗ ହାତ ବଢାଇଛନ୍ତି । ଅଧିକ ପଢନ୍ତୁ...

ଆନ୍ଧ୍ର ରାସ୍ତା ନିର୍ମାଣ କଲେ ଓଡିଶାର ପାଞ୍ଚ ବିଧାୟକ
ଆନ୍ଧ୍ର ରାସ୍ତା ନିର୍ମାଣ କଲେ ଓଡିଶାର ପାଞ୍ଚ ବିଧାୟକ

By

Published : Aug 18, 2021, 7:51 AM IST

କୋରାପୁଟ: ଆନ୍ଧ୍ରରେ ରାସ୍ତା ନିର୍ମାଣ କଲେ ଓଡିଶାର ପାଞ୍ଚ ବିଧାୟକ । ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା ନିର୍ମାଣ କରିବା ପାଇଁ କୋରାପୁଟ ଜିଲ୍ଲାର ସମସ୍ତ ପାଞ୍ଚଜଣ ବିଧାୟକ ସହଯୋଗ ହାତ ବଢାଇଛନ୍ତି ।

ଆନ୍ଧ୍ର ରାସ୍ତା ନିର୍ମାଣ କଲେ ଓଡିଶାର ପାଞ୍ଚ ବିଧାୟକ

କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକଙ୍କ ନେତୃତ୍ବରେ ସରକାରୀ ଅଧିକାରୀଙ୍କ ଏକ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରିବାର ଯୋଜନା ରଖିଥିବା ବେଳେ ତାକୁ ବିରୋଧ କରି କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ସୀମାବର୍ତ୍ତୀ ଅଞ୍ଚଳରେ ପହଞ୍ଚିଥିଲେ । ଫଳରେ ସାଲୁର ବିଧାୟକଙ୍କ ଗସ୍ତ ବାତିଲ କରିଦିଆଯାଇଥିଲା । ତେବେ ସେତିକିବେଳେ ସାଲୁର ବିଧାୟକ ଆନ୍ଧ୍ରପ୍ରଦେଶ କୋଡମା ପଞ୍ଚାୟତକୁ ରାସ୍ତା କରିବା ନେଇ ଦୃଷ୍ଟି ଦେଉନଥିବା କୋଡମାର ଅଧିବାସୀ ସେଠାକୁ ଆସି କୋରାପୁଟର ସମସ୍ତ ବିଧାୟକଙ୍କ ପାଖରେ ସହଯୋଗ କରିବା ପାଇଁ ନେହୁରା ହୋଇଥିଲେ ।

ପଡୋଶୀ ରାଜ୍ୟ ଲୋକଙ୍କ ଏପରି ଅନୁରୋଧକୁ ଦେଖି ସେଠାରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ନିଜସ୍ବ ଉଦ୍ୟମରେ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ଦେଇ ଫାଟୁସିନେରୀ ଠାରୁ କୋଡାମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେହିଠାରେ ଶୁଭ ଦିଆଯାଇଛି । କାମ ଆରମ୍ଭ କରିବାକୁ ଠିକାଦାରଙ୍କୁ ଆଗୁଆ 50 ହଜାର ଟଙ୍କା ଦିଆଯାଇଥିବା ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ମଙ୍ଗଳବାରଠାକୁ ରାସ୍ତା କାମ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି ।

କୋରାପୁଟରୁ ସିଏଚ. ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details