ଓଡିଶା

odisha

ETV Bharat / state

‘କୋଟିଆ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ସହଯୋଗ ବେଶ ସହାୟକ ହେବ’ - କୋଟିଆ ବିବାଦ

କୋଟିଆ ମାମଲାରେ ଓଡିଶା ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହଯୋଗ ଲୋଡିଛନ୍ତି । ଅଧିକ ପଢନ୍ତୁ....

କୋଟିଆ ମାମଲାରେ ପୂର୍ବତନ ବିଚାରପତିଙ୍କ ସହଯୋଗ ଲୋଡିଲେ ରାଜ୍ୟ ସରକାର , ସ୍ବାଗତ କଲେ କୋରାପୁଟବାସୀ
କୋଟିଆ ମାମଲାରେ ପୂର୍ବତନ ବିଚାରପତିଙ୍କ ସହଯୋଗ ଲୋଡିଲେ ରାଜ୍ୟ ସରକାର , ସ୍ବାଗତ କଲେ କୋରାପୁଟବାସୀ

By

Published : Mar 3, 2021, 4:31 PM IST

Updated : Mar 3, 2021, 5:05 PM IST

କୋରାପୁଟ: କୋଟିଆ ପ୍ରସଙ୍ଗରେ ଆନ୍ଧ୍ର- ଓଡିଶା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହଯୋଗ ଲୋଡିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏପରି ନିଷ୍ପତ୍ତି କୋଟିଆ ପ୍ରସଙ୍ଗରେ ଆଇନଗତ ଲଢେଇରେ ବେସ ସହାୟକ ହୋଇ ପାରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।

କୋଟିଆ ମାମଲାରେ ପୂର୍ବତନ ବିଚାରପତିଙ୍କ ସହଯୋଗ ଲୋଡିଲେ ରାଜ୍ୟ ସରକାର , ସ୍ବାଗତ କଲେ କୋରାପୁଟବାସୀ

କୋଟିଆ ପଞ୍ଚୟାତର ସମସ୍ତ 21 ଟି ଗ୍ରାମକୁ ଓଡିଶାର ଏକ ଅଭିନ୍ନ ଅଙ୍ଗ ଭାବେ ମାନ୍ୟତା ମିଳିବା ପାଇଁ ଅନେକ ବର୍ଷ ହେବ ଚାଲିଥିବା ସଂଗ୍ରାମ ଚାଲିଆସିଛି । ଏହି ସଂଗ୍ରାମରେ ସକ୍ରିୟ ଭାବେ କୋଟିଆ ଅଞ୍ଚଳରେ ସରକାରଙ୍କ ଅଣଦେଖା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରୁଥିବା କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସକରାତ୍ମକ ବୋଲି ଦର୍ଶାଇବା ସହ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

ଓଡିଶା ସରକାର ଏହିପରି ସମସ୍ତ ଓଡିଆଙ୍କୁ କୋଟିଆକୁ ନିଜର କରିବା ସହ ସଂଗ୍ରାମରେ ସାମିଲ କରି ଚାଲିଲେ କୋଟିଆ ମାମଲାରେ ଓଡିଶାର ବିଜୟ ସୁନିଶ୍ଚିତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Mar 3, 2021, 5:05 PM IST

ABOUT THE AUTHOR

...view details