କୋରାପୁଟ: ଚାଲିଛି ଶ୍ରାବଣ ମାସ । ଶ୍ରାବଣ ମାସକୁ ଶିବଙ୍କ ମାସ କୁହାଯାଉଥିବାବେଳେ କାଉଡିଆମାନେ ପ୍ରତି ସୋମବାର ଏହି ମାସରେ ଶିବଙ୍କ ନିକଟରେ ଜଳାଭିଷେକ କରନ୍ତି । କିନ୍ତୁ ଗତବର୍ଷ ପରି ମଧ୍ଯ ଚଳିତ ବର୍ଷ ବି କାଉଡିଆଙ୍କୁ ବୋଲବମ ଯାତ୍ରା ପାଇଁ ଅନୁମତି ମିଳିନାହିଁ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ତରଫରୁ ସବୁ ମନ୍ଦିର ଖୋଲିବା ପାଇଁ ଅନୁମତି ଦିଆଯାଇଥିଲେ ହେଁ ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ବୋଲବମ କାଉଡିଆଙ୍କ ଦ୍ଵାରା ଜଳାଭିଷେକ କରିବାକୁ ବାରଣ କରାଯାଇଛି । କିନ୍ତୁ ଭଗବାନଙ୍କୁ ଦେଖିବାକୁ ଭକ୍ତ ବ୍ୟାକୁଳ ।
ଆନ୍ଧ୍ରର ଶିବ ମନ୍ଦିରରେ ପାଣି ଢାଳିଲେ ଓଡିଶା କାଉଡିଆ - worship in andhra shive temple
ଆନ୍ଧ୍ର ପ୍ରଦେଶର ସାଲୁରରେ ଥିବା ପଞ୍ଚମୁଖୀ ଶିବ ମନ୍ଦିରରେ ଜଳାଭିଷେକ କଲେ ଓଡିଶା କାଉଡିଆ । ଅଧିକ ପଢନ୍ତୁ...
ଆନ୍ଧ୍ରର ଶିବ ମନ୍ଦିରରେ ପାଣି ଢାଳିଲେ ଓଡିଶା କାଉଡିଆ
ତେବେ ଭକ୍ତଙ୍କୁ ବା କିଏ ଅଟକାଇ ପାରିବ । ପାଖରେ ନହେଲେବି ଦୂରରେ ହେଉ ପଛେ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିବାର ନିଷ୍ପତ୍ତି ନେଇ କୋରାପୁଟ ଜିଲ୍ଲାରେ ଓଡିଶା –ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗ୍ରାମ ସୁଙ୍କିରୁ 23 ଜଣ ଶ୍ରଦ୍ଧାଳୁ ଚାଲି ଚାଲି ଓଡିଶା ସୀମା ଡେଇଁ ଘାଟିର ଆରପଟେ ଆନ୍ଧ୍ର ପ୍ରଦେଶର ସାଲୁରରେ ଥିବା ପଞ୍ଚମୁଖୀ ଶିବ ମନ୍ଦିରରେ ଜଳାଭିଷେକ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ