ଓଡିଶା

odisha

By

Published : Nov 24, 2022, 11:59 AM IST

ETV Bharat / state

ଦେଓମାଳିରେ ୧୪୪ ଧାରା, ତେଲୁଗୁ ଭାଷାରେ ଫଳକ ଲଗାଇଲା ଓଡ଼ିଶା ବନ ବିଭାଗ

ଦେଓମାଳିରେ ତେଲୁଗୁ ଭାଷାରେ ଚେତାବନୀର ଫଳକ ଲଗାଇଲା ବନ ବିଭାଗ । ଦେଓମାଳୀର ପରିବେଶକୁ ନଷ୍ଟ କରିଥିବା ବ୍ୟକ୍ତିଙ୍କୁ କଠିନ ଦଣ୍ଡ ଦିଆଯିବ ବୋଲି ଫଳକରେ ଉଲ୍ଲେଖ । ଅଧିକ ପଢନ୍ତୁ

ତେଲୁଗୁ ଭାଷାରେ ଚେତାବନୀର ଫଳକ ଲଗାଇଲା ବନ ବିଭାଗ
ତେଲୁଗୁ ଭାଷାରେ ଚେତାବନୀର ଫଳକ ଲଗାଇଲା ବନ ବିଭାଗ

କୋରାପୁଟ: ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳିରେ ଜାରି ରହିଛି ୧୪୪ ଧାରା । ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ସେହି ଅଞ୍ଚଳରେ ଏହି କଟକଣା ବଳବତ୍ତର ରହିବ । ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସନ୍ଧ୍ୟା ପରେ ବୁଲିବା ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିବା ପରେ ଓଡ଼ିଶା ବନ ବିଭାଗ ଦ୍ଵାରା ଲଗା ଯାଇଛି ଏକ ଚେତାବନୀର ଫଳକ । ତେବେ ଫଳକରେ ଓଡିଆରେ ନୁହଁ ବରଂ ତେଲୁଗୁରେ ଲେଖାହୋଇଛି ।

ଦେଓମାଳୀର ପରିବେଶକୁ ନଷ୍ଟ କରିଥିବା ବ୍ୟକ୍ତିଙ୍କୁ କଠିନ ଦଣ୍ଡ ଦିଆଯିବ ବୋଲି ତେଲୁଗୁ ଭାଷାରେ ଫଳକରେ ଲେଖା ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳକରେ ଓଡ଼ିଆରେ କିମ୍ବା ଇଂରାଜୀରେ ଲେଖା ନଯାଇ କେବଳ ତେଲୁଗୁରେ ଲେଖାଯିବା କୋରାପୁଟ ବନ ବିଭାଗର ଆନ୍ଧ୍ର ପ୍ରୀତି ନା କେବଳ ଆନ୍ଧ୍ର ପର୍ଯ୍ୟଟକଙ୍କୁ ଚେତାବନୀ ଦେବାର ଉଦ୍ଦେଶ୍ୟ ରହିଛି ତାହା ବନ ବିଭାଗ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଗତ କିଛିଦିନ ପୂର୍ବେ ଦେଓମାଳି ଓଡ଼ିଶାର ମାନଚିତ୍ରରେ ନଥିବା ନେଇ ଝଡ଼ ସୃଷ୍ଟି ହୋଇଥିବାବେଳେ, ବନ ବିଭାଗ ଦ୍ଵାରା କେବଳ ତେଲୁଗୁରେ ଫଳକ ଲେଖାଯିବା ନୂଆ ଏକ ବିବାଦକୁ ଜନ୍ମ ଦୋଇଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠାରୁ ଦେଓମାଳିରେ ୧୪୪ ଧାରା ଜାରି

ଗତ କିଛିଦିନ ଧରି ଅନେକ ଅସାମାଜିକ ବ୍ୟକ୍ତି ଦେଓମାଳି ପର୍ବତରେ ଟେଣ୍ଟ ପକାଇ ରାତ୍ରିଯାପନ କରୁଥିବା ସହ ମନ ଇଚ୍ଛା କ୍ୟାମ୍ପ ଫାୟାର ଆୟୋଜନ କରୁଥିବାର ଦେଖାଯାଇଥିଲା । ଏହିପରି କାର୍ଯ୍ୟ ଦେଓମାଳିର ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପକାଇବାର ଆଶଙ୍କା ଥିବା ଯୋଗୁଁ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର(Abdaal Akhtar) ଏହି ନିଷେଧାଦେଶ ଜାରି କରିଥିଲେ ।

ଇଟିଭି ଭାରତ,କୋରାପୁଟ

ABOUT THE AUTHOR

...view details