କୋରାପୁଟ:ମଣିଷ ସମାଜକୁ ପରିବେଶ ଅନେକ କିଛି ଦେଇଛି । ମାନବ ସମାଜ ତିଷ୍ଠି ରହିବା ପାଇଁ ପରିବେଶ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ । ପ୍ରତିଟି ନାଗରିକଙ୍କୁ ଏ ଦିଗରେ ସଚେତନ ହେବାକୁ ପଡିବ । ବର୍ତ୍ତମାନ ପରିବେଶ ଯେପରି ପ୍ରଦୂଷିତ ହେଉଛି ତାହା ଜୀବନ ପ୍ରତି ବିପଦ ଏ ଦିଗରେ ଲୋକଙ୍କ ସଚେତନତା ଅବଲମ୍ବନ କରିବାକୁ ପଡିବ । ବିଶେଷ କରି ଆଦିବୀସ ପରିବେଶ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନେ ପରିବେଶର ସୁରକ୍ଷାର ପ୍ରହରୀ ।
ଯେଉଁଠାରେ ଆଦିବାସୀ ଅଛନ୍ତି ସେହିଠାରେ ହିଁ ପରିବେଶ କିଛି ପରିମାଣରେ ସୁରକ୍ଷିତ ହୋଇ ରହିଛି । ଆସନ୍ତା ଡିସେମ୍ବରରେ ୨୧ରୁ କୋରାପୁଟରେ 'ପରିବେଶ ଓ ଆଦିବାସୀ' ବିଷୟବସ୍ତୁକୁ ନେଇ କୋରାପୁଟରେ ଓଡ଼ିଶା ପରିବେଶ କଂଗ୍ରେସର ତିନିଦିନିଆ ଜାତୀୟ ସମାବେଶ ଅନୁଷ୍ଠିତ ହେବ । ଜାତୀୟ ସମାବେଶ ଅନୁଷ୍ଠିତ ହେବା ନେଇ ଏକ ବୈଠକ ବସିଥିଲା । ବିଶ୍ବର ପରିସ୍ଥିତି ଆକଳନ କଲେ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ।
ମାନବୀୟ କାର୍ଯ୍ୟକଳାପ ପରିବେଶକୁ କ୍ଷତାକ୍ତ କରୁଛି । ଜଳବାୟୁ ପରିବର୍ତ୍ତନ ସହ ତାପମାତ୍ର ବଢୁଛି । ଆଗାମୀ ଦିନରେ ପରିବେଶକୁ କିପରି ସୁରକ୍ଷା ଦିଆଯିବ ଏ ନେଇ କଣ ପଦକ୍ଷେପ ନିଆଯିବ ସେ ଦିଗରେ ଆଲୋଚନା ହୋଇଛି । ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଏହି ଜାତୀୟ ସମାବେଶରେ ଆଲୋଚନା ହୋଇଥାଏ ।
ଚଳିତ ବର୍ଷ ବିଷୟ ବସ୍ତୁ ରହିଛି ପରିବେଶ ଏବଂ ଜନଜାତି (Environment And Tribes) । ବର୍ତ୍ତମାନ ମଣିଷର ଏପରି କାର୍ଯ୍ୟକଳାପ ରହିଛି ଯେଉଁଠି ପରିବେଶ ପ୍ରଦୂଷିତ ହେଉଛି । ହେଲେ ଆଦିବାସୀଙ୍କ ଜୀବନ ଜୀବିକା ଏବଂ ପ୍ରକୃତିରେ ସେମାନଙ୍କ ଚଳନୀ ପରିବେଶକୁ ସୁରକ୍ଷା ଦେଉଥିବା କହିଛନ୍ତି ପରିବେଶ ବିଶେଷଜ୍ଞ ଜୟକୃଷ୍ଣ ପାଣିଗ୍ରାହୀ । ସମାଜକୁ ସେମାନଙ୍କ ଜୀବନଶୈଳୀ ଗ୍ରହଣ କରିବାକୁ ହେବ ।