ଓଡିଶା

odisha

ETV Bharat / state

ଖଣି ପାଇଁ ଆଦିବାସୀଙ୍କୁ ସ୍ଥାନାନ୍ତରିତ କରିବା ଉଚିତ ବିଚାର ନୁହେଁ - ଓଡ଼ିଶା ପରିବେଶ କଂଗ୍ରେସ

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ତ୍ରୟୋଦଶ ଓଡ଼ିଶା ପରିବେଶ କଂଗ୍ରେସର ସମାପନ ଘଟିଛି । ଅଧିକ ପଢନ୍ତୁ

ତ୍ରୟୋଦଶ ଓଡ଼ିଶା ପରିବେଶ କଂଗ୍ରେସ କର୍ମଶାଳା
ତ୍ରୟୋଦଶ ଓଡ଼ିଶା ପରିବେଶ କଂଗ୍ରେସ କର୍ମଶାଳା

By

Published : Dec 23, 2022, 11:04 PM IST

ଖଣି ପାଇଁ ଆଦିବାସୀଙ୍କୁ ସ୍ଥାନାନ୍ତରିତ କରିବା ଉଚିତ ବିଚାର ନୁହେଁ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ତ୍ରୟୋଦଶ ଓଡ଼ିଶା ପରିବେଶ କଂଗ୍ରେସର ସମାପନ ଘଟିଛି । ଦେଶର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ପରିବେଶବିତ୍, ଗବେଷକ ଓ ଶିକ୍ଷାବିତ ଯୋଗ ଦେଇଥିଲେ । ଖଣି ଖାଦାନ ଓ ବିକାଶ ନାଁ ରେ ଆଦିବାସୀଙ୍କୁ ସ୍ଥାନାନ୍ତର କରା ନଯିବା ପାଇଁ ଏହି ଓଡ଼ିଶା ପରିବେଶ କଂଗ୍ରେସର ସମାବେଶର ଆବାହକ ସୁଦର୍ଶନ ଦାସ କହିଥିଲେ ।

ପୂର୍ବାଞ୍ଚଳ ପର୍ବତମାଳାର ଶତକଡା 25 ଭାଗ ଓଡ଼ିଶାରେ ରହିଥିବା ଯୋଗୁଁ ଏହି ଅଞ୍ଚଳକୁ (କୋରାପୁଟ) ଜୈବ ବିବିଧତାର କ୍ଷେତ୍ର ଭାବେ ମାନ୍ୟତା ଦିଆଯାଇଛି । ଏହା ସହିତ ଏହାର ଅବକ୍ଷୟ କରାନଯିବା ପାଇଁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି । ବିଶେଷ କରି ଆଦିବାସୀମାନେ ବସବାସ କରୁଥିବା ଅଞ୍ଚଳ କ ଏକ ପବିତ୍ର ସ୍ଥାନ ଭାବେ ସୁରକ୍ଷିତ ରଖିବା ପାଇଁ ଏହି ସମାବେଶରେ ସର୍ବସମ୍ମତି ଭାବେ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ତିନି ଦିନ ଧରି ଏହି ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଛାତ୍ରଛାତ୍ରୀଙ୍କ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ପରିବେଶ ସହିତ ଜଡିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ବାବଦରେ ମଧ୍ୟ ଆଲୋଚନା କରାଯାଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details