ଓଡିଶା

odisha

ETV Bharat / state

କୋଟିଆରେ ଓଡିଶା-ଆନ୍ଧ୍ର ଅଧିକାରୀ ମୁହାଁମୁହିଁ - କୋଟିଆ ଖବର

କୋଟିଆରେ ପୁଣି ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । କୋଟିଆର ଉପରସେମ୍ବୀରେ ଓଡିଶା-ଆନ୍ଧ୍ର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ...

Odisha and Andhra offical face to face in kotia
କୋଟିଆରେ ଓଡିଶା -ଆନ୍ଧ୍ର ଅଧିକାରୀ ମୁହାଁମୁହିଁ

By

Published : Oct 22, 2021, 9:35 PM IST

କୋରାପୁଟ: ଆଜି କୋଟିଆରେ ଓଡିଶା-ଆନ୍ଧ୍ର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ତଳ ଗଂଜେଇପଦରରେ ଓଡିଶା ସରକାର ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ କରିଥିଲେ । ସେପଟେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ଟିମ ନେରେଡିବାଲାସା ଓ ଧୂଳିପଦରରେ ସ୍ବାସ୍ଥ୍ୟ ଶିବିର ଓ ଜନ ସମ୍ପର୍କ ଶିବିର ଆୟୋଜନ କରିଛନ୍ତି ।

କୋଟିଆରେ ଓଡିଶା -ଆନ୍ଧ୍ର ଅଧିକାରୀ ମୁହାଁମୁହିଁ

ଗତ କିଛିଦିନ ଧରି କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ରପ୍ରଦେଶ ସରକାରୀ ଅଧିକାରୀ ଆସି ସ୍ବାସ୍ଥ୍ୟ ଶିବିର ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟକ୍ରମ କରି କୋଟିଆ ଅଧିବାସୀଙ୍କୁ ଆନ୍ଧ୍ର ଆଡକୁ ଆକର୍ଷିତ କରିବା ପାଇଁ ପ୍ରଚେଷ୍ଟା କରିଚାଲିଛନ୍ତି । ତେବେ ଓଡିଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଯେଉଁ ଅସାମାଜିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଉପର ସେମ୍ବି ଠାରୁ ଆରମ୍ଭ କରି କୋଟିଆ, ମାଡ଼କାର, ଫଗୁଣସିନେରୀ ଓ ଫାଟୁସିନେରୀରେ ବ୍ୟାପକ ପୋଲିସ ପେଟ୍ରୋଲିଂ କରାଯାଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି । ଉପରସେମ୍ବୀରେ ଆନ୍ଧ୍ର ଅଧିକାରୀଙ୍କ ସହ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ମୁହାଁମୁହିଁ ହେବାକୁ ଛାଡିଦେଲେ ଆଉ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନଥିବା ଜଣାପଡ଼ିଛି ।

ତେବେ କୋଟିଆ ପଞ୍ଚାୟତରେ ଆସନ୍ତା ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଯେ କେହି ବିରୋଧ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାଥାଉକି କୋଟିଆ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚରାଧୀନ ରହିଛି । ତେବେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସମୟରେ କୋଟିଆ ବିଭିନ୍ନ ଗାଁରେ ପ୍ରବେଶ କରି ନିଜ ରାଜ୍ୟରେ ମିଶାଇବା ପାଇଁ ଅପଚେଷ୍ଟା ଚଳାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details