ଓଡିଶା

odisha

ETV Bharat / state

ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ହେବ କୋରାପୁଟ, ଯୋଜନା ପ୍ରସ୍ତୁତ - ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ହେବ କୋରାପୁଟ

କୋରାପୁଟରେ ବିଦ୍ୟାଳୟର ଶୈଖିକ ମାନ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା । ଅଧିକ ପଢନ୍ତୁ

odisha adarsha vidyalaya advisor visits koraput
ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ହେବ କୋରାପୁଟ

By

Published : Apr 6, 2023, 3:08 PM IST

ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ହେବ କୋରାପୁଟ

କୋରାପୁଟ: ଜିଲ୍ଲା ଗସ୍ତରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ । କୋରାପୁଟ ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅବସରପ୍ରାପ୍ତ ଆଇଏସ ଅଧିକାରୀ । ୫ଟି ଅଧିନରେ ମୁଖ୍ୟ ଫୋକସରେ ଥିବା ଜିଲ୍ଲାର ଆଦର୍ଶ ବିଦ୍ୟାଳୟର ସ୍ଥିତିକୁ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ଉପେନ୍ଦ୍ର ତ୍ରିପାଠୀ । ଏହାପରେ ସଦଭାବନା ସଭାଗୃହରେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତରଙ୍କ ସହ ଶିକ୍ଷା ବିଭାଗର ସମସ୍ତ ଉଚ୍ଚପଦସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ବିଦ୍ୟାଳୟର ଶୈଖିକ ମାନ କିପରି ବୃଦ୍ଧି ପାଇବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ଟି ଅଧିନରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି । କୋରାପୁଟ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ସହ ଅନ୍ୟାନ୍ୟ ବିଦ୍ୟାଳୟର ଶୈଖିକ ମାନ କିପରି ବୃଦ୍ଧି ପାଇବ କୋରାପୁଟ ଜିଲ୍ଲା କିପରି ଶିକ୍ଷା କ୍ଷେତ୍ରରେ ଓଡିଶାରେ ୧ନମ୍ବର ହୋଇପାରିବ ସେ ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା କହିଛନ୍ତି ଉପେନ୍ଦ୍ର ତ୍ରିପାଠୀ ।

ସେ ଆହୁରି ମଧ୍ୟ କହିଛନ୍ତି,"କେବଳ ହାଇସ୍କୁଲରେ ଶିକ୍ଷାର ମାନ ନୁହଁ ବରଂ କଲେଜ ଓ ମହାବିଦ୍ୟାଳୟ ସ୍ତରରେ କିପରି ଶିକ୍ଷାର ମାନ ବୃଦ୍ଧି ପାଇବ ଆବଶ୍ୟକ । ଏଥିସହ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ଛାତ୍ରଛାତ୍ରୀ କିପରି ବିଦେଶ ଯାଇ ପାରିବେ ଏବଂ ଆଇଆଇଟି ପାଇପାରିବେ ସେ ଦିଗରେ ବିଶେଷ ଭାବେ ଧ୍ୟାନ ଦିଆଯିବ ।"

ସେ ବିଦ୍ୟାଳୟ ପରିଦର୍ଶନ କରିବାକୁ ଯାଇଥିବା ବେଳେ ଅନେକ ଛାତ୍ରୀ ଇଞ୍ଜିନିୟର ହେବାକୁ ଅନିଚ୍ଛା ପ୍ରକାଶ କରିଥିବା କହିଥିଲେ । ତେଣୁ ଛାତ୍ରୀଙ୍କ ମଧ୍ୟରେ ଇଞ୍ଜିନିୟର ହେବାର ଭାବନା ସୃଷ୍ଟି କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍କୁଲକୁ ମହିଳା ଇଞ୍ଜିନିୟର ମାନେ ଯାଇ ଇଞ୍ଜିନିୟରିଂ ଉପରେ ଛାତ୍ରୀଙ୍କୁ ଟିପ୍ସ ପ୍ରଦାନ କରିବା ନେଇ ବୈଠକରେ ନିଷ୍ପତି ନିଆଯାଇଥିଲା । ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ କାର୍ଯ୍ୟ ଏଜେଣ୍ଡା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟରେ ଯୋଗ ଶିକ୍ଷା ସହ ଖେଳକୁଦ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ଉତ୍ସାହ ସୃଷ୍ଟି କରାଯିବା ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା ।

ଏଥି ସହିତ ବିଦ୍ୟାଳୟ ଗୁଡିକରେ ଜୀବନ କୌଶଳ ଶିକ୍ଷା ଉପାଇ ଗୁରୁତ୍ୱ ଦେବା ଓ ବିଶେଷ କରି ଓଡିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା ଓ ସମ୍ପୃକ୍ତିର ପ୍ରସାର ପାଇଁ ବିଦ୍ୟାଳୟର ମାସିକ ପତ୍ରିକା ପ୍ରକାଶିତ କରିବା ପାଇଁ କୁହାଯାଇଛି । ସହରର ସଦଭାବନା ସଭା ଗ୍ରୁହରେ ଆୟୋଜିତ ଏହି ବୈଠକରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କ ସହ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details