ଓଡିଶା

odisha

ETV Bharat / state

ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖିବାକୁ ଦାବି କଲା ଅଭିଭାବକ ମହାସଂଘ - koraput latest news

7772ରୁ ଉର୍ଦ୍ଧ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ଘୋଷଣା କରିବା ଏକ ପରିତାପର ବିଷୟ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଓଡିଶା ଅଭିଭାବକ ମହାସଂଘ ।

ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖିବାକୁ ଦାବି କଲା ଅଭିଭାବକ ମହାସଂଘ
ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖିବାକୁ ଦାବି କଲା ଅଭିଭାବକ ମହାସଂଘ

By

Published : Dec 15, 2020, 1:06 PM IST

କୋରାପୁଟ: ରାଜ୍ୟରେ 15 ଓ 20 ରୁ କମ ଛାତ୍ରଛାତ୍ରୀ ଥିବା 7772ରୁ ଉର୍ଦ୍ଧ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ଘୋଷଣା କରିବା ଏକ ପରିତାପର ବିଷୟ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଓଡିଶା ଅଭିଭାବକ ମହାସଂଘ । କୋରାପୁଟ ପ୍ରେସ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ବାସୁଦେବ ଭଟ୍ଟ ଏହାକୁ ବିରୋଧ କରି ସର୍ବଦଳୀୟ ବୈଠକରେ ନିଆଯାଇଥିବା ନିଷ୍ପକୁ ତୁରନ୍ତ ମାନିନେବା ପାଇଁ ଦାବି କରିଛନ୍ତି ।

ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖିବାକୁ ଦାବି କଲା ଅଭିଭାବକ ମହାସଂଘ

ତତ୍‌ସହିତ ଓଡିଶାରେ ପ୍ରାୟ 8000-10000 ନକଲି ବା ବେଆଇନ ଭାବେ ଚାଲୁଥିବା ଘରୋଇ ବିଦ୍ୟାଳୟ ଗୁଡ଼ିକ ଚାଲୁଛି । ଏହି ସମସ୍ତ ବିଦ୍ୟାଳୟକୁ ତୁରନ୍ତ ବନ୍ଦ କରି ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଗିରଫ କରାଗଲେ ଆଉ ନୂଆ ସ୍କୁଲ ବେଆଇନ ଭାବେ ଚାଲି ପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି ।

ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ ଓ ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସୋମବାର ଦିନ କୋରାପୁଟ ଆସି ଅଭିଭାବକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ କୋରାପୁଟ ଜିଲ୍ଲା ମଧ୍ୟରେ ବନ୍ଦ ହେଉଥିବା କିଛି ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ l ଅନୁଧ୍ୟାନ ସମୟରେ ଜିଲ୍ଲାରେ ଶ୍ରମିକମାନେ ଦାଦନ ଯାଉଥିବା ହେତୁ ବହୁ ପିଲା ସ୍କୁଲ ଯାଉନଥବା ଜଣା ପଡିଲା ଓ ବହୁ ପିଲା ସେହି ଅଂଚଳରେ ଘର ଓ ଗୃହପାଳିତ ପଶୁଙ୍କୁ ଜଗାରଖା କରିଥିବାରୁ, ଅଭିଭାବକ ମାନେ ସେମାନଙ୍କୁ ଦିନରେ ଦାୟିତ୍ବ ଦେଇ କାମକୁ ଯିବାଦ୍ବାରା ପିଲାମାନେ ପାଠ ଛାଡ଼ୁଛନ୍ତି ବୋଲି ଭଟ୍ଟ ମତ ରଖିଛନ୍ତି l

ଜିଲ୍ଲା ଶିକ୍ଷା କ୍ଷେତ୍ରରେ ବହୁ ପଛୁଆ ଥିବା ସ୍ଥଳେ ଏହି ସ୍କୁଲ ଗୁଡିକ ବନ୍ଦ ହେଲେ ପିଲାମାନେ ଦୂର ସ୍କୁଲକୁ ନଯାଇ ପାଠ ପଢ଼ା ଛାଡ଼ିଦେବେ । ସ୍କୁଲ ଗୁଡିକୁ ଜଙ୍ଗଲୀ ବାଘ, ଭାଲୁ, ହାତୀ ଚଳପ୍ରଚଳ ଅଂଚଳ,ଝରଣା ନାଳ ବହୁଳ ଅଂଚଳ, ଅନେକ ଘାଟି ରାସ୍ତା ଦେଇ ପହଞ୍ଚିବାକୁ ହେଉଥିବା ଯୋଗୁଁ ଅନେକ ସ୍କୁଲର ମିଶ୍ରଣକୁ ଗ୍ରାମବାସୀ ବିରୋଧ କରୁଥିବା ମହାସଂଘର କୋରାପୁଟ ଜିଲ୍ଲା ଆବାହକ ଦିଲୀପ ମହାନ୍ତି ଜଣାଇଛନ୍ତି l ସୋମବାର ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ଓ ସହ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲା ଆବାହକ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details