କୋରାପୁଟ: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନଠାରୁ ବିଜେପିର କୋରାପୁଟ ଜିଲ୍ଲା ଶାଖା ମହାଦେଇପୁଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ କରିବ । କୋରାପୁଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଓ ସରୋଜ ସାବତ ଏ ନେଇ ଜଣାଇଛନ୍ତି ।
ଗାନ୍ଧୀ ଜୟନ୍ତୀରୁ ବିଜେପିର ପଦଯାତ୍ରା
କୋରାପୁଟ ଜିଲ୍ଲା ବିଜେପି ଶାଖା ପକ୍ଷରୁ ଅକ୍ଟୋବର ୨ ତାରିଖ ମହାତ୍ମା ଗନ୍ଧୀ ଜୟନ୍ତୀରୁ ସ୍ବଚ୍ଛ ଭାରତ, ପ୍ଲାଷ୍ଟିକ ବର୍ଜନ, ନିଶା ନିବାରଣ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ପଦଯାତ୍ରା କରାଯିବ ।
ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ
ଏହି ପଦଯାତ୍ରା ସମୟରେ ସ୍ଵଚ୍ଛ ଭାରତ, ପ୍ଲାଷ୍ଟିକ ବର୍ଜନ, ନିଶା ନିବାରଣ, ଗୋହତ୍ୟା ବନ୍ଦ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଭାପତି ବିଜୟ ମିଶ୍ର ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ରହି ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ