କୋରାପୁଟ: ନୋଡାଲ ଅଫିସର ସୌରଭ ଗର୍ଗ ସୋମବାର କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜିଲ୍ଲାର କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଭିତ୍ତିଭୂମି ତଦାରଖ ସହିତ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ଆଦି ବିଷୟରେ ସମୀକ୍ଷା କରିଥିବା ଜଣାପଡିଛି ।
କୋରାପୁଟ ଗସ୍ତରେ ନୋଡାଲ ଅଫିସର ସୌରଭ ଗର୍ଗ - ଜିଲ୍ଲାର କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ତଦାରଖ
ନୋଡାଲ ଅଫିସର ସୌରଭ ଗର୍ଗ ସୋମବାର କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜିଲ୍ଲାର କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଭିତ୍ତିଭୂମି ତଦାରଖ ସହିତ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ତଦାରଖ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ନୋଡାଲ ଅଫିସର ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ସହ ରୋଗୀ ଓ ସେଠାରେ କାର୍ଯ୍ୟରତ କିନ୍ନରଙ୍କ ସହ ଆଲୋଚନା କରିଥିଲେ । ପରେ ସୌରଗୁଡ଼ା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ସ୍ଥିତି ଦେଖିବା ସହ ମିଶନ ଶକ୍ତିର ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଗର୍ଗ ରଣ୍ଡାପାଲିଠାରେ ଥିବା କୋଲଡ଼ ଷ୍ଟରେଜ ବୁଲିବା ବେଳେ ଫୁଲ ଚାଷ ନେଇ ଆଲୋଚନା କରିଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ