ଓଡିଶା

odisha

ETV Bharat / state

ART କେନ୍ଦ୍ରରେ ନାହାନ୍ତି କର୍ମଚାରୀ: ମିଳୁନି ଔଷଧ, ହନ୍ତସନ୍ତ HIV ସଂକ୍ରମିତ

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ଵାରା ପରିଚାଳିତ ଏଆରଟି କେନ୍ଦ୍ରରେ ବ୍ୟାପକ ଅବବ୍ୟସ୍ଥା । ନିରାଶ ହେଉଛନ୍ତି ଏଚଆଇଭି ସଂକ୍ରମିତ । ଅଧିକ ପଢନ୍ତୁ...

ART କେନ୍ଦ୍ରରେ ନାହାନ୍ତି କର୍ମଚାରୀ ଓ ମିଳୁନି ଔଷଧ, ହନ୍ତସନ୍ତ HIV ସଂକ୍ରମିତ
ART କେନ୍ଦ୍ରରେ ନାହାନ୍ତି କର୍ମଚାରୀ ଓ ମିଳୁନି ଔଷଧ, ହନ୍ତସନ୍ତ HIV ସଂକ୍ରମିତ

By

Published : Jul 7, 2021, 10:32 PM IST

Updated : Jul 8, 2021, 10:51 AM IST

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ଵାରା ପରିଚାଳିତ ART କେନ୍ଦ୍ରରେ କର୍ମଚାରୀଙ୍କ ଘୋର ଅଭାବ ଯୋଗୁଁ ଏହି କେନ୍ଦ୍ରକୁ ଔଷଧ ନେବା ପାଇଁ ଆସୁଥିବା 3000ରୁ ଊର୍ଦ୍ଧ୍ଵ ଏଚଆଇଭି ସଂକ୍ରମିତ ବ୍ୟକ୍ତି ଉଚିତ ସେବା ପାଇପାରୁନଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲାର ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ସଂଗଠନ ଏନକେପି ପ୍ଲସର ନିର୍ଦ୍ଦେଶକ ସୋମନାଥ ମହାନ୍ତିଙ୍କ କହିବା ଅନୁଯାୟୀ ଗତ ଏକ ବର୍ଷ ଧରି ଏହି କେନ୍ଦ୍ରରେ ଏପରି ଅବ୍ୟବସ୍ଥା ଦେଖାଦେଇଛି ।

ART କେନ୍ଦ୍ରରେ ନାହାନ୍ତି କର୍ମଚାରୀ: ମିଳୁନି ଔଷଧ, ହନ୍ତସନ୍ତ HIV ସଂକ୍ରମିତ

ସମ୍ପୂର୍ଣ୍ଣ ସୂଚନା ଅନୁସାରେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସମସ୍ତ HIV ସଂକ୍ରମିତ ବ୍ୟକ୍ତି କୋରାପୁଟର ଏହି କେନ୍ଦ୍ର ଉପରେ ଔଷଧ ତଥା ଆନୁଷଙ୍ଗିକ ପରୀକ୍ଷା ପାଇଁ ନିର୍ଭରଶୀଳ ଥିବାବେଳେ କେନ୍ଦ୍ର ଚଳାଇବା ପାଇଁ କେବଳ ଜଣେ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ସରକାରଙ୍କ ଚରମ ଅଣଦେଖାର ନିଦର୍ଶନ ବୋଲି ସେ ମତ ରଖିଛନ୍ତି ।

ଏ ସଂକ୍ରାନ୍ତରେ ଓଡିଶା ଏଡସ ନିୟନ୍ତ୍ରଣ ସୋସାଇଟିକୁ ବାରମ୍ବାର ପାତ୍ର ଲେଖାଯାଇଥିଲେ ହେଁ କୌଣସି ସମାଧାନର ବାଟ ଫିଟୁନଥିବା ସେ ଅଭିଯୋଗ କରିଛନ୍ତି । ଦୂରଦୂରାନ୍ତରୁ ସେବା ପାଇବା ପାଇଁ ଆସୁଥିବା ପୁରୁଷ ଓ ମହିଳା ଏହି କେନ୍ଦ୍ର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଜଗି ରହିବା ସେମାନଙ୍କ ପ୍ରତି ଅନ୍ୟାୟ ବୋଲି ଜଣେ ଏଚଆଇଭି ସଂକ୍ରମିତ ଯୁବତୀ କ୍ଷୋଭ ପ୍ରକାଶ କରିଛନ୍ତି ।

ଆଜି ଦିନ 11ଟା ପର୍ଯ୍ୟନ୍ତ ଏଆରଟି କେନ୍ଦ୍ରଟି ଖୋଲାଯାଇନଥିବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରି ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ଵାରସ୍ଥ ହୋଇଥିଲେ ହେଁ କୌଣସି ସନ୍ତୋଷଜନକ ଆଶ୍ଵାସନା ମଧ୍ୟ ପାଇ ପାରିନଥିଲେ । କୋରୋନା ପ୍ରତି ଅଧିକ ସମ୍ବେଦନଶୀଳ ହୋଇ ଉଠିଥିବା ସରକାର ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସମ୍ବେଦନହୀନ ହେବା ପରିତାପର ବିଷୟ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

Last Updated : Jul 8, 2021, 10:51 AM IST

ABOUT THE AUTHOR

...view details