ଓଡିଶା

odisha

ETV Bharat / state

କୋଟିଆରେ ନିରଞ୍ଜନ: ରାଜ୍ୟ ସରକାରଙ୍କୁ ପ୍ରଶଂସା, ବିଜେପିକୁ ଦେଲେ ଦାୟିତ୍ବ - କୋଟିଆରେ କଂଗ୍ରସ ଟିମ

କୋଟିଆରେ ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ସ୍ପଷ୍ଟ ଦୃଶ୍ୟମାନ ବୋଲି କହିଲେ ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

କୋଟିଆରେ ନିରଞ୍ଜନ: ରାଜ୍ୟ ସରକାରଙ୍କୁ ପ୍ରଶଂସା, ବିଜେପିକୁ ଦେଲେ ଦାୟିତ୍ବ
କୋଟିଆରେ ନିରଞ୍ଜନ ; ରାଜ୍ୟ ସରକାରଙ୍କୁ ପ୍ରଶଂସା , ବିଜେପିକୁ ଦେଲେ ଦାୟିତ୍ବ

By

Published : Mar 10, 2021, 9:53 PM IST

କୋରାପୁଟ: କୋଟିଆରେ ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ସ୍ପଷ୍ଟ ଦୃଶ୍ୟମାନ । ରାଜ୍ୟ ସରକାରଙ୍କ ତରଫରୁ କୋଟିଆରେ ହସ୍ପିଟାଲ , ବିଦ୍ୟାଳୟ , ରାସ୍ତାଘାଟ ପ୍ରଭୃତି ନିର୍ମାଣ କାର୍ଯ୍ୟ କରାଯାଇଥିବା ସ୍ପଷ୍ଟ ଦେଖାଯାଉଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଜି କୋଟିଆ ପଞ୍ଚାୟତ ଗସ୍ତ କରିବା ଅବସରରେ ଏପରି କହିଛନ୍ତି ନିରଞ୍ଜନ ।

କୋଟିଆରେ ନିରଞ୍ଜନ: ରାଜ୍ୟ ସରକାରଙ୍କୁ ପ୍ରଶଂସା, ବିଜେପିକୁ ଦେଲେ ଦାୟିତ୍ବ

ସେ ଆହୁରି ମଧ୍ୟ କହିଛନ୍ତି କୋଟିଆରେ ଓଡିଶା ସରକାର କିଛି କରିନାହାନ୍ତି କହିଲେ ଭୁଲ ହେବ । କେବଳ ଲୋକଙ୍କ ସହିତ ଭାବଗତ ସମ୍ପର୍କକୁ ସୁଦୃଢ କରିବା ସହ ସେମାନଙ୍କ ଜୀବନ ଜୀବିକା କ୍ଷେତ୍ର ପ୍ରତି ଦୃଷ୍ଟି ଦେଲେ ଏ ଅଞ୍ଚଳର ଲୋକେ ଉପକୃତ ହୋଇପାରନ୍ତେ ବୋଲି ସେ ମତ ଦେଇଛନ୍ତି ।1936 ମସିହାରୁ କୋଟିଆ ଅଞ୍ଚଳ ଓଡିଶାର ହୋଇ ରହିଥିବା ଯୋଗୁଁ ଆନ୍ଧ୍ର ସରକାର ଏଠିକାର ଲୋକଙ୍କୁ ନିଜ ଆଡକୁ ଟାଣିନେବା ପାଇଁ ବିଭିନ୍ନ ଲୋଭନୀୟ ଯୋଜନା କରିବା ଠିକ ନୁହେଁ ଓ ଏହି ବିଷୟକୁ ସଂସଦରେ ଉପସ୍ଥାପନ କରି ସମସ୍ୟାର ସମାଧାନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।ତାଙ୍କ ଦଳ ଏହି ଦିଗରେ ସମସ୍ତ ପ୍ରୟାସ ଜାରି ରଖିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଏହି ମାମଲାରେ ଅନ୍ୟ କୌଣସି ରାଜନୈତିକ ଦଳ ତୁଳନାରେ କେନ୍ଦ୍ରରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଥିବା ଯୋଗୁଁ ରାଜ୍ୟର ବିଜେପି ନେତୃବୃନ୍ଦ ସେମାନଙ୍କ କୋଟିଆ ଭ୍ରମଣ କରିବା ସମୟରେ ପ୍ରାପ୍ତ ଅନୁଭବକୁ ଆଧାର କରି କୋଟିଆକୁ ଓଡିଶାର ଏକ ଅଭିନ୍ନ ଅଙ୍ଗ ଭାବେ ସମ୍ପୂର୍ଣ ମାନ୍ୟତା ଦେବା ଦିଗରେ ପ୍ରୟାସକୁ ତ୍ବାରାନ୍ବିତ କରିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି । ଶ୍ରୀ ପଟ୍ଟନାୟକ କୋଟିଆ ପଞ୍ଚାୟତର ଫାଟୁସିନେରୀ , ଫଗୁଣସିନେରୀ , ମାଡକାର ଓ କୋଟିଆ ଗସ୍ତ କରି ସେଠାକାର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ନିରଞ୍ଜନଙ୍କ ସହ କୋରାପୁଟ ସାଂସଦ ସପ୍ତଗିରି ଉଲାକା , ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି , କୋରାପୁଟ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି ତଥା କୋରାପୁଟ , ରାୟଗଡା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ , ବହୁ ବରିଷ୍ଠ ନେତା ଓ ଯୁବ କର୍ମୀ ଏହି ଗସ୍ତରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details