ଓଡିଶା

odisha

ETV Bharat / state

ପାଠ ଭୁଲିଗଲା ବେଳକୁ ସାହା ହେଲା ରାତ୍ରି ଟ୍ୟୁସନ

ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲା ସ୍କୁଲ କଲେଜ ବନ୍ଦ ପଡିଛି । ବର୍ତ୍ତମାନ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିବା ଆରମ୍ଭ କରିଥିଲେ ହେଁ ସବୁ ଶ୍ରେଣୀର ଅଫଲାଇନ ଶିକ୍ଷାଦାନ ସମ୍ଭବ ହେଉନାହିଁ । ଯେଉଁଥିପାଇଁ ପିଲାମାନେ ଧୀରେ ଧୀରେ ପାଠ ଠାରୁ ଦୂରେଇ ଯାଉଛନ୍ତି । ଏପରି ସ୍ଥିତିରେ ପିଲାମାନଙ୍କ ଶିକ୍ଷାଦାନ ପାଇଁ ଅଣ୍ଟା ଭିଡିଛି ଏଫଇଏସ । ଅଧିକ ପଢନ୍ତୁ...

ପାଠ ଭୁଲିଗଲା ବେଳକୁ ସାହା ହେଲା ରାତ୍ରି ଟ୍ୟୁସନ
ପାଠ ଭୁଲିଗଲା ବେଳକୁ ସାହା ହେଲା ରାତ୍ରି ଟ୍ୟୁସନ

By

Published : Aug 14, 2021, 10:31 PM IST

କୋରାପୁଟ: ଜିଲ୍ଲା ମହାଦେଇପୁଟ ପଞ୍ଚାୟତ ଜମାଦାରଗୁଡା ଗ୍ରାମରେ ପ୍ରଥମେ ଗାଁ ବିଦ୍ୟାଳୟ ବନ୍ଦ ହେଲା । ତଥାପି ପିଲାଏ ଝରଣା ପାର ହୋଇ ଅପରପଟେ ଥିବା ଗାଁ ବିଦ୍ୟାଳୟରେ ପାଠ ପଢୁଥିଲେ । କିନ୍ତୁ କୋରୋନା ଜନିତ ସରକାରୀ ପ୍ରତିବନ୍ଧକ ଯୋଗୁଁ ସେହି ବିଦ୍ୟାଳୟ ମଧ୍ଯ ବନ୍ଦ ପଡିଛି । ଫଳରେ ପିଲାମାନେ ଧୀରେ ଧୀରେ ପାଠ ପଢ଼ିବାର ଅଭ୍ୟାସ ଓ ପାଠ ଠାରୁ ଦୂରକୁ ଯିବା ଆରମ୍ଭ କଲେ । ଯାହାକୁ ନେଇ ବହୁ ଚିନ୍ତିତ ହୋଇପଡିଥିଲେ ଅଭିଭାବକ । ହେଲେ ଏପରିସ୍ଥଳେ କ୍ଷୀଣ ଆଶ୍ରୟ ଭଳି ଉଭା ହୋଇଥିଲା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରୁଥିବା ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି(ଏଫଇଏସ) ।

ପାଠ ଭୁଲିଗଲା ବେଳକୁ ସାହା ହେଲା ରାତ୍ରି ଟ୍ୟୁସନ

ଗ୍ରାମବାସୀ ଏଫଇଏସ ନିକଟରେ ପିଲାଙ୍କ ପାଠପଢା ସମସ୍ୟା ଉପସ୍ଥାପନା କରିଥିଲେ । ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା ପରେ ଗାଁର ଜଣେ ଶିକ୍ଷିତ ଯୁବକଙ୍କୁ ସଂସ୍ଥା ତରଫରୁ ନିୟୋଜିତ କରି ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାତ୍ରକାଳୀନ ଟ୍ୟୁସନ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ପ୍ରତିଦିନ ସନ୍ଧ୍ୟାରେ ଅଭିଭାବକମାନେ ପିଲାଙ୍କୁ ସାଥିରେ ଆଣି ଟ୍ୟୁସନରେ ଛାଡି ଯାଉଛନ୍ତି । ପିଲାମାନେ ମଧ୍ୟ ସାଙ୍ଗସାଥୀ ମେଳରେ ପାଠ ପଢି ବିଶେଷ ଉତ୍ସାହିତ ହେଉଛନ୍ତି । ସେପଟେ ଅଭିଭାବକମାନେ ମଧ୍ୟ ପିଲାଙ୍କ ପାଠପଢା ଦେଖି ଖୁବ୍ ଖୁସି ହେଉଛନ୍ତି ।

ତେବେ କେବଳ ଜମାଦାରଗୁଡା ଗ୍ରାମରେ ନୁହେଁ, ଏଫଇଏସ ପକ୍ଷରୁ ପ୍ରାୟ 10ଟି ଗ୍ରାମରେ ଏହିପରି ରାତ୍ରିକାଳୀନ ଟ୍ୟୁସନ ଆରମ୍ଭ କରାଯାଇଛି । ଏନେଇ ସଂସ୍ଥାର କ୍ଷେତ୍ର ସହାୟିକା ବିମଳା ନାୟକ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details