ଓଡିଶା

odisha

ETV Bharat / state

କୋରାପୁଟରେ ସୁନାର ଓଢଣୀ ପିନ୍ଧିଛି ପ୍ରକୃତିରାଣୀ

କୋରାପୁଟର ସବୁଜିମା ଭିତରେ ଅଳସ ଭାଙ୍ଗୁଛି ଅଳସୀ ଫୁଲ । ନଦୀ, ନାଳ, ପାହାଡ, ଝରଣା ସବୁଠି ସୁନ୍ଦରୀ ଅଳସୀ ଫୁଲର ସୌନ୍ଦର୍ଯ୍ୟ ପ୍ରତିଫଳିତ ହେଉଛି । ପ୍ରକୃତିର ଏ ଅପରୂପ ଦୃଶ୍ୟର ଉପଭୋଗ ପାଇଁ କୋରାପୁଟକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଅଧିକ ପଢନ୍ତୁ

By

Published : Nov 20, 2022, 3:09 PM IST

କୋରାପୁଟରେ ସୁନାର ଓଢଣୀ ପିନ୍ଧିଛି ପ୍ରକୃତିରାଣୀ
କୋରାପୁଟରେ ସୁନାର ଓଢଣୀ ପିନ୍ଧିଛି ପ୍ରକୃତିରାଣୀ

କୋରାପୁଟ: ଶୀତର ଶୀତଳ ସ୍ପର୍ଶରେ ସୁନେଲି ରଙ୍ଗରେ ଘୋଡେଇ ହୋଇଛି କୋରାପୁଟ । ସବୁଜିମା ଭରା ପାହାଡ ମଝିରେ ଲହଡି ଭାଙ୍ଗୁଛି ଅଳସୀ ଫୁଲ । ନଦୀ, ନାଳ, ପାହାଡ, ଝରଣା ସବୁଠି ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ଝଲସି ଉଠୁଛି । ସୁନ୍ଦରୀ ଅଳସୀ ଫୁଲରେ ସୌନ୍ଦର୍ଯ୍ୟରେ ମତୁଆଲା ହେଉଛନ୍ତି ପର୍ଯ୍ୟଟକ । ଅଳସୀ କ୍ଷେତରେ କିଏ ସେଲ୍‌ଫି ନେଉଛନ୍ତି ତ ଆଉ କିଏ ପ୍ରଜାପତିଟିଏ ପରି ଘୁରି ବୁଲୁଛି । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦୂରାଦୂରନ୍ତରରୁ କୋରାପୁଟକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ(Niger Flower Attracts Tourist To Visit Koraput) ।

କୋରାପୁଟରେ ସୁନାର ଓଢଣୀ ପିନ୍ଧିଛି ପ୍ରକୃତିରାଣୀ

ଅକ୍ଟୋବର ଶେଷ ଓ ନଭେମ୍ବର ଆରମ୍ଭରେ କୋରାପୁଟରେ ଅଳସ ଭାଙ୍ଗେ ଅଳସୀ ଫୁଲ। ଦେଓମାଳି ପାଦଦେଶରୁ କୋରାପୁଟର କୋଣ ଅନୁକୋଣ ସବୁକିଛି ଭରିଯାଏ ହଳଦିଆ ରଙ୍ଗରେ । ଏହି ସମୟରେ କୋରାପୁଟକୁ ଥରେ ଆସିଥିବା ଲୋକଟିଏ ବାରମ୍ବାର ଆସିବାର ଇଚ୍ଛାପ୍ରକଟ କରିଥାଏ ବୋଲି ଯାଜପୁରରୁ ଆସିଥିବା ପର୍ଯ୍ୟଟକ ଋତୁପର୍ଣ୍ଣା ପଣ୍ଡା ମତ ରଖିଛନ୍ତି । କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ଏ ଅଳସୀ କ୍ଷେତର ଜନ୍ମ ତାହା ନୁହେଁ ବରଂ ଅଳସୀ ଗଛର ପ୍ରତିଟି ଅଙ୍ଗ, ଉପକାରୀ ତତ୍ତ୍ବ ଧାରଣ କରିଛି । କୋରାପୁଟରେ ଅଳସୀ ଫୁଲ ଏକ ଲାଭଜନକ ଫସଲ ଅଟେ । ଏହା ଏଠିକାର ଚାଷୀଙ୍କ ପେଟପାଟଣା କଥା ବୁଝେ । ଅଳସୀ ଦାନାରୁ ତେଲ ସଂଗ୍ରହ କରାଯାଏ । ଯାହା ଶରୀର ପାଇଁ ବେଶ୍ ଲାଭପ୍ରଦ । ସେହିପରି ଅଳସୀ ଫୁଲରୁ ତିଆରି ମହୁ ବେଶ୍ ଉପକାରୀ । ଆଉ ଏହାର ନଡାରେ ଧିଙ୍ଗିରୀ ଛତୁ ଚାଷ ମଧ୍ୟ କରାଯାଏ । କୋରାପୁଟରେ ଧିଙ୍ଗୀର ଛତୁର ଚାହିଦା ବେଶ୍ ଅଧିକ ରହିଥାଏ ।

ବହୁସଂଖ୍ୟକ ପର୍ଯ୍ୟଟକ ଅଳସୀ ଫୁଲର ସୌନ୍ଦର୍ଯ୍ୟରେ କୋରାପୁଟକୁ ଟାଣି ହୋଇଆସୁଛନ୍ତି । ପରିବାର ବର୍ଗଙ୍କ ସହ ବୁଲିବା ସାଙ୍ଗକୁ ପ୍ରକୃତିର ମଜା ନେଉଛନ୍ତି ପର୍ଯ୍ୟଟକ । ତେବେ ପର୍ଯ୍ୟଟକ ଫଟୋ ଉଠାଇବା ପାଇଁ ଅଳସୀ କ୍ଷେତ ମଧ୍ୟରୁ ଯାଉଥିବାରୁ ଏହାଦ୍ବାରା ଫୁଲ ଓ ଗଛ ନଷ୍ଟ ହେଉଛି । ତେଣୁ କ୍ଷେତ ବାହାର ରହି ଫୁଲକୁ ନଷ୍ଟ ନ କରି ଯଥାସମ୍ଭବ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ମହାଦେଇପୁଟର ଚାଷୀ ସୁରେନ୍ଦ୍ର ମସ୍ତି ନିବେଦନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details