ଓଡିଶା

odisha

ସାଧାରଣ ଅସୁସ୍ଥତା ପାଇଁ ହସ୍ପିଟାଲ ଯିବା ମନା: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

By

Published : Jan 15, 2022, 7:19 AM IST

କୋରାପୁଟରେ ସାଧାରଣ ରୋଗୀଙ୍କୁ ନେଇ ଆସିଲା ନୂଆ ଖବର । ସାମାନ୍ୟ ରୋଗ ଥିବା ଲୋକଙ୍କୁ ଡାକ୍ତରଖାନା ଯିବାକୁ ବାରଣ କରିଛନ୍ତି କୋରାପୁଟ CDMO । ଅଧିକ ପଢନ୍ତୁ

ସାଧାରଣ ଅସୁସ୍ଥତା ପାଇଁ ହସ୍ପିଟାଲ ଯିବା ମନା: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ
ସାଧାରଣ ଅସୁସ୍ଥତା ପାଇଁ ହସ୍ପିଟାଲ ଯିବା ମନା: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

କୋରାପୁଟ: ଜିଲ୍ଲାରେ ବୃଦ୍ଧି ପାଇଥିବା କରୋନା ସଂକ୍ରମଣରୁ ରୋଗୀ ଓ ରୋଗୀଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଶନିବାର ଠାରୁ କିଛିଦିନ ପାଇଁ ଜୟପୁରସ୍ଥିତ କୋରାପୁଟ ଜିଲ୍ଲା ହସ୍ପିଟାଲ ସମେତ ଜିଲ୍ଲାର ଅନ୍ୟାନ୍ୟ ଚିକିତ୍ସାଳୟରେ ସାଧାରଣ ଅସୁସ୍ଥତାର ଚିକିତ୍ସା ପାଇଁ ଓପିଡ଼ିକୁ ନଆସିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୀମ ସାହୁ ଅପିଲ କରିଛନ୍ତି ।

ସାଧାରଣ ଅସୁସ୍ଥତା ପାଇଁ ହସ୍ପିଟାଲ ଯିବା ମନା: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ତେବେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯଥାରୀତି ଚାଲୁ ରହିବ ବୋଲି ସିଡିଏମଓ ସୂଚନା ପ୍ରଦାନ କରିଛନ୍ତି । ତେବେ ସମସ୍ତ ସାଧାରଣ ରୋଗୀ ତଥା ଘରେ ରହି କୋଭିଡ ଚିକିତ୍ସା ନେଉଥିବା ରୋଗୀଙ୍କ ପାଇଁ ଦୁଇଟି ଟେଲିମେଡିସିନ ହେଲ୍ପଲାଇନ ନମ୍ବର, 7655051298 ଓ 7655051302 ଦିଆଯାଇଛି ଓ ଏହି ନମ୍ବରକୁ ଡାଏଲ କରି ଉପଯୁକ୍ତ ଚିକିତ୍ସା ପାଇପାରିବେ ବୋଲି ଡାକ୍ତର ସାହୁ ଜଣାଇଛନ୍ତି । ଆଜି ଜିଲ୍ଲାରେ 185 ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ଜୟପୁରସ୍ଥିତ କୋଭିଡ ହସ୍ପିଟାଲକୁ ଆଜିଠାରୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଥିବା ସିଡିଏମଓ ଡାକ୍ତର ସାହୁ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details