କୋରାପୁଟ: ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ଟିକିରିରେ ହୋଇଥିବା ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କୋରାପୁଟ ସର୍କଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ସୋମବାର ସକାଳୁ ହୋଇଛି । ଏହାପରେ ତାଙ୍କ ପରିବାର ନେତ୍ରାନନ୍ଦଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଜେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦଣ୍ଡସେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଶହୀଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସକାଳେ ତାଙ୍କର ମେଡିକାଲରେ ମୃତ୍ୟୁ ଘଟିଛି । ରାୟଗଡା ଜେଲରୁ 2016 ମସିହାରେ ତାଙ୍କୁ କୋରାପୁଟ ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।