ଓଡିଶା

odisha

ETV Bharat / state

କୋରାପୁଟରେ ସଂସ୍କୃତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ - sanskrit teacher recruitment in koraput

କୋରାପୁଟ ଜିଲ୍ଲାରେ ଆଦିବାସୀ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଚୟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ । ଅଧିକ ପଢନ୍ତୁ

କୋରାପୁଟରେ ସଂସ୍କୃତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ
କୋରାପୁଟରେ ସଂସ୍କୃତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

By

Published : Sep 8, 2022, 12:51 PM IST

କୋରାପୁଟ: ଜିଲ୍ଲାରେ ଆଦିବାସୀ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଚୟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ । କୋରାପୁଟ ଜିଲ୍ଲାର ପ୍ରାର୍ଥୀ ଉପଯୁକ୍ତ ମାର୍କ ସହ ତାଲିକାରେ ଥିବାସତ୍ତ୍ବେ ସେମାନଙ୍କ ଠାରୁ ଅଧିକ ମାର୍କ ରଖିଥିବା ଆଳ ଦେଖାଇ ଜିଲ୍ଲା ଅଧିକାରୀ ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତ କରିଥିବା ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ।

କୋରାପୁଟରେ ସଂସ୍କୃତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବିଜ୍ଞାପନରେ ଦିଆଯାଇଥିବା ସର୍ତ୍ତାବଳୀ ଅନୁଯାୟୀ ସାଧାରଣ ବର୍ଗର ପ୍ରାର୍ଥୀ ଚୟନ ପରୀକ୍ଷାରେ 35% ମାର୍କ ରଖି ଜିଲ୍ଲା ଭିତରର ପ୍ରାର୍ଥୀ ହୋଇଥିଲେ ତାଙ୍କୁ ପ୍ରାଥମିକତା ଦେଇ ନିଯୁକ୍ତି ଦେବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ବେଳେ କୋରାପୁଟ ଜିଲ୍ଲାର ପ୍ରାର୍ଥୀ ଉପଯୁକ୍ତ ମାର୍କ ସହ ତାଲିକାରେ ଥିବାସତ୍ତ୍ବେ ସେମାନଙ୍କ ଠାରୁ ଅଧିକ ମାର୍କ ରଖିଥିବା ଆଳ ଦେଖାଇ ଜିଲ୍ଲାଧିକାର ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତ କରିଥିବା ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଅଧିକ ମାର୍କ ଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି କହୁଥିବା ବେଳେ ଏପରି କୌଣସି ସର୍ତ୍ତ ଉଲ୍ଲେଖ ନଥିବା ସତ୍ତ୍ବେ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ କିପରି ନିଯୁକ୍ତି ଦିଆଗଲା ସେ ନେଇ ପ୍ରାର୍ଥୀ ବୁଧବାର ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟରେ ତାଣ୍ଡିଙ୍କୁ ପ୍ରଶ୍ନ କରିଥିଲେ । କୋରାପୁଟ ଜିଲ୍ଲାର ପ୍ରାର୍ଥୀଙ୍କୁ ନ୍ୟାୟ ନ ମିଳିଲା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପ୍ରାର୍ଥୀମାନେ ଚେତାବନୀ ଦେଇଛନ୍ତି।

କୋରାପୁଟରେ ସଂସ୍କୃତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ପ୍ରାର୍ଥୀମାନେ କହିଛନ୍ତି ଯେ," ମେରିଷ୍ଟ ଲିଷ୍ଟ ଅନୁସାରେ ଶିକ୍ଷକ ଚୟନ କରାଯାଇନାହିଁ । ଆମେ ଭଲ ନମ୍ବର ଆଣିବା ସତ୍ତ୍ବେ ମଧ୍ୟ ମେରିଟ ଲିଷ୍ଟରେ ଆମ ନାମ ନାହିଁ । କିନ୍ତୁ ବାହାର ଜିଲ୍ଲାର ଆବେଦନକାରୀଙ୍କ ରୋଲ ନମ୍ବର କେଉଁଠି ନଥିବା ସତ୍ତ୍ବେ ମଧ୍ୟ ଚଞ୍ଚକତା କରି ସେମାନଙ୍କୁ ନିଯୁକ୍ତି କରାଯାଇଛି । କାହିଁକି କେଉଁ ପରିସ୍ଥିତିରେ ଏପରି କରାଯାଇଛି । ଆମକୁ ସୂଚନା ଦିଆଯାଉ । ଏହାକୁ ନେଇ ଆମେ ଆନ୍ଦୋଳନ କରିବୁ । ଆମକୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ।"

ଅନ୍ୟପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି କହିଛନ୍ତି ଯେ,"ଅଭିଯୋଗ ମିଥ୍ୟା । ଏଥିରେ କୌଣସି ଚଞ୍ଚକତା କରାଯାଇନାହିଁ । ସରକାରୀ ନିୟମ ଅନୁସାରେ ହିଁ ମେରିଟ ଲିଷ୍ଟ କରାଯାଇଛି । ମେରିଟ ଲିଷ୍ଟ ଅନୁସାରେ ହିଁ ନିଯୁକ୍ତି ଦିଆଯାଇଛି । କୋରାପୁଟ ଜିଲ୍ଲାର ବାହାର ପିଲାଙ୍କୁ ସୁଯୋଗ ଦିଆଯିବା କଥା ମିଥ୍ୟା ଅଟେ । ଏହା ଗ୍ରହଣୀୟ ନୁହେଁ ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details