ଓଡିଶା

odisha

ETV Bharat / state

‘ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରକୁ ଦିଆଯାଉନି ଗୁରୁତ୍ବ’ - ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରରେ ନାହିଁ ଗୁରୁତ୍ବ

ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରରେ ଦିଆଯାଉ ନାହିଁ ଗୁରୁତ୍ବ । ଏହା କହିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ (ଏନସିପିସିଆର)ର ସଦସ୍ୟା ରୋଜି ତାୱ। ।

ଶିଶୁ ଅଧିକାର ସମ୍ପର୍କିତ ଶୁଣାଣି ଶିବିର

By

Published : Oct 4, 2019, 11:22 PM IST

କୋରାପୁଟ: ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରରେ ଦିଆଯାଉ ନାହିଁ ଗୁରୁତ୍ବ । ଏଭଳି ମତ ରଖିଲେ ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ ( ଏନସିପିସିଆର)ର ସଦସ୍ୟା ରୋଜି ତାୱ। ।

ଶିଶୁ ଅଧିକାର ସମ୍ପର୍କିତ ଶୁଣାଣି ଶିବିର

ଆଜି କୋରାପୁଟରେ କମିଶନ ପକ୍ଷରୁ ଶିଶୁ ଅଧିକାର ସମ୍ପର୍କିତ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ୨୦୦ରୁ ଊର୍ଦ୍ଧ୍ବ ଅଭିଯୋଗ ଶୁଣିଥିବା ବେଳେ କୋରାପୁଟ ଅଞ୍ଚଳରେ ମାନସିକ ସ୍ବାସ୍ଥ୍ୟ ବାଧିତ ଶିଶୁଙ୍କ ସଂଖ୍ୟା ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି ।

ଅନେକ ଲୋକ ତାଙ୍କ ଦିବ୍ୟାଙ୍ଗ ଶିଶୁଙ୍କ ସମସ୍ୟାକୁ ନେଇ ଆସିଥିବା ବେଳେ ସିକଲସେଲ ଆନେମିଆ ପିଡୀତ ଶିଶୁଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ଏ ସଂକ୍ରାନ୍ତରେ ବିଶେଷ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ।

ଏଥି ସହିତ କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିଲେ ହେଁ ଏଠାକାର ଅନାଥ ଶିଶୁଙ୍କୁ ଆଦିବାସୀର ମାନ୍ୟତା ମିଳୁନଥିବାରୁ ଛାତ୍ରାବାସରେ ରହି ଶିକ୍ଷା ଗ୍ରହଣ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ଜାଣି ଏହିପରି ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ଶିବିର ଆୟୋଜନ କରି ଯଥାସମ୍ଭବ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details