ଓଡିଶା

odisha

ETV Bharat / state

ପହିଲି ଶୀତରେ ପ୍ରକୃତିକୁ ସୁନାର ସ୍ପର୍ଶ: ହଳଦି ରଙ୍ଗରେ ସଜେଇ ହୋଇଛି କୋରାପୁଟ - କୋରାପୁଟରେ ପ୍ରକୃତିର ସୁନାବେଶ

ଆସିଛି ଶୀତ ଋତୁ । ପହିଲି ଶୀତର ସ୍ପର୍ଶରେ ଖେଳି ଉଠିଛି ପ୍ରକୃତି ମା’ । ସୁନାର ଚାଦରରେ ଢାଙ୍କି ହେଲା ପରି ମନେ ହୁଏ କୋରାପୁଟର ପାହାଡ, ପର୍ବତ, ନଦୀନାଳ ଓ ରାସ୍ତାକଡର ଜମି ସବୁ ।

ପହିଲି ଶୀତରେ ସଜେଇ ହୋଇଛି କୋରାପୁଟ ସହର

By

Published : Nov 5, 2019, 10:20 AM IST

Updated : Nov 7, 2019, 12:01 AM IST

କୋରାପୁଟ: ଆସିଛି ଶୀତ ଋତୁ । ପହିଲି ଶୀତର ସ୍ପର୍ଶରେ ଖେଳି ଉଠିଛି ପ୍ରକୃତି ମା’ । ସୁନାର ଚାଦରରେ ଢାଙ୍କି ହେଲା ପରି ମନେ ହୁଏ କୋରାପୁଟର ପାହାଡ, ପର୍ବତ, ନଦୀନାଳ ଓ ରାସ୍ତାକଡର ଜମି ସବୁ । ହଳଦିଆ ରଙ୍ଗର ଫୁଲରେ ଭରିଯାଇଛି କ୍ଷେତ ସବୁ । ଅଳସି ଫୁଲର ସୁନ୍ଦରତାରେ ପୁରି ଉଠିଛି ପ୍ରକୃତିର ଗର୍ଭ ।

ପହିଲି ଶୀତରେ ପ୍ରକୃତିକୁ ସୁନାର ସ୍ପର୍ଶ: ହଳଦି ରଙ୍ଗରେ ସଜେଇ ହୋଇଛି କୋରାପୁଟ

ଶୀତ ଋତୁ ଆସିଲେ କୋରାପୁଟ ସହରର ଏହି ପ୍ରକୃତିର ସୁନାବେଶ ଦେଖିବାକୁ ଜମେ ଲୋକଙ୍କ ଭିଡ । ଅଳସି ଫୁଲରେ ଭରା କ୍ଷେତରେ ଚାଲିଦେଲେ ମନରେ ଖେଳିଉଠେ ଶିହରଣ । ସେଥିରେ ପୁଣି ହାଲକା କୋହଲା ପବନରେ ନାଚି ଉଠୁଥିବା ଅଳସି ଫୁଲ ସହ ନାଚି ଉଠେ ମନ । ଦେଓମାଳିର ପାଦଦେଶରୁ କୋରାପୁଟ ସହରର କୋଣ ଅନୁକୋଣରେ ଫୁଟିଉଠେ ଅଳସି ଫୁଲର ସୁନ୍ଦରତା ।

ଏହା ନା ଯେ କେବଳ ପ୍ରକୃତିର ସୁନ୍ଦରତା ବଢାଏ ବରଂ ଏହା ଚାଷୀ ପେଟକୁ ବି ଦି ଓଳିର ଦାନା ଯୋଗାଇବାରେ ସହାୟକ ହୁଏ । ତେଣେ ଏହି ସୁନ୍ଦରତାକୁ ଥରେ ଯିଏ ଆଖିରେ ଦେଖିଛି ସେ ବାରମ୍ବାର ଏଠାକୁ ଆସିବାକୁ ମନ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 7, 2019, 12:01 AM IST

ABOUT THE AUTHOR

...view details