ଓଡିଶା

odisha

ETV Bharat / state

ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ କୋରାପୁଟର ୬୦ ମହିଳା ଓ କିଶୋରୀ - କୋରାପୁଟରେ ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

୩ଶହ ଜନ ଶିକ୍ଷଣ ସଂସ୍ଥା ମଧ୍ୟରୁ କେନ୍ଦ୍ର ସରକାରଙ୍କ ସ୍କିଲ୍‌ ହବ୍‌ ପ୍ରତିଷ୍ଠା ପ୍ରକ୍ରିୟାରେ ୫୦ଟି ଅନୁଷ୍ଠାନକୁ ଚୟନ କରାଯାଇଛି । ସେଥିମଧ୍ୟରେ କୋରାପୁଟରେ ଥିବା ଜେଏସଏସ ସଂସ୍ଥା ଏହି ଜାତୀୟ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ପାଇଛି । ଅଧିକ ପଢ଼ନ୍ତୁ

national skill hub program to be attended by 60 women and girls from Koraput
ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ କୋରାପୁଟର ୬୦ ମହିଳା ଓ କିଶୋରୀ

By

Published : Jan 4, 2022, 5:12 PM IST

କୋରାପୁଟ: ୩ଶହ ଜନ ଶିକ୍ଷଣ ସଂସ୍ଥା ମଧ୍ୟରୁ କେନ୍ଦ୍ର ସରକାରଙ୍କ ସ୍କିଲ୍‌ ହବ୍‌ ପ୍ରତିଷ୍ଠା ପ୍ରକ୍ରିୟାରେ ୫୦ଟି ଅନୁଷ୍ଠାନକୁ ଚୟନ କରାଯାଇଛି । ସେଥିମଧ୍ୟରେ କୋରାପୁଟରେ ଥିବା ଜେଏସଏସ ସଂସ୍ଥା ଏହି ଜାତୀୟ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ପାଇଛି । ଏହାକୁ ନେଇ ଅନୁଷ୍ଠାନର ନିର୍ଦ୍ଦେଶିକା ରଚେଲ ରଏ କୁମାରୀ ସୂଚନା ଦେଇଛନ୍ତି ।

ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ କୋରାପୁଟର ୬୦ ମହିଳା ଓ କିଶୋରୀ

ଏହି ସଂସ୍ଥାରେ ଆସନ୍ତା ୬ ମାସ ମଧ୍ୟରେ ୧୫ରୁ ୨୯ ବର୍ଷୀୟ ୬୦ ମହିଳା ତାଲିମ ନେବେ । ୩୦ ଜଣ ମହିଳା ବା କିଶୋରୀ ସିଲେଇ ତାଲିମ ନେବାକୁ ଥିବାବେଳେ ଆଉ ୩୦ ଜଣ ମହିଳା ବା କିଶୋରୀ ବିଉଟିସିଆନ ତାଲିମ ପାଇବେ ।

ଆଜି(ସୋମବାର) ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ସଂସ୍ଥାରେ ତାଲିମ ପାଇବା ପାଇଁ ଯୋଗ ଦେଇଥିବା କିଶୋରୀ ଓ ମହିଳାଙ୍କ ମଧ୍ୟରେ କିଛି ନୂଆ ଦକ୍ଷତା ହାସଲ କରିବା ନେଇ ଉତ୍ସାହ ଦେଖିବାକୁ ମିଳିଛି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details