ଓଡିଶା

odisha

ETV Bharat / state

ଜାତୀୟ ମହିଳା ଆୟୋଗ ସଦସ୍ୟାଙ୍କ କୋରାପୁଟ ଗସ୍ତ - ସ୍ବେଚ୍ଛାସେବୀ ସଂଗଠନ

ମହିଳାଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଜିଲ୍ଲାର ସମସ୍ତ ସ୍କୁଲରେ ଛାତ୍ରୀଙ୍କ ପାଇଁ ଅଧିକ ଶୌଚାଳୟ ନିର୍ମାଣ କରିବାର ଆବଶ୍ୟକତା ଅଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Sep 20, 2019, 7:48 AM IST

କୋରାପୁଟ: ଜାତୀୟ ମହିଳା ଆୟୋଗ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଦିନିକିଆ କୋରାପୁଟ ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆୟୋଗ ଜିଲ୍ଲା ପ୍ରଶାସନ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ମହିଳାଙ୍କ ସୁରକ୍ଷା ଦିଗରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଛନ୍ତି ।

ଏହାସହ ମହିଳାଙ୍କ ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଛନ୍ତି । ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ ବାଳିକାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନଥିବା ଜାଣିବା ପରେ ଏ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ ମହିଳାଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲାରେ ସୁଚାରୁ ରୂପେ ଚାଲୁଥିବାରୁ ଆୟୋଗ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details