କୋରାପୁଟ: ଜିଲ୍ଲାର ଦାମନଯୋଡି ଓ ଡୁମୁରିପୁଟ ରେଳ ଷ୍ଟେସନ ମଧ୍ୟରେ ଅଘଟଣ । ମଙ୍ଗଳବାର ଅପରାହ୍ନରେ ଏହି ଷ୍ଟେସନ ମଧ୍ୟରେ ନିକଟବର୍ତ୍ତୀ ପାହାଡରୁ ଏକ ବିଶାଳ ପଥର ଖସି ଟ୍ରେନ ସହ ଧକ୍କା ହୋଇଛି । ଏଥିଯୋଗୁଁ ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଡିଏମୟୁ ପାସେଞ୍ଜର ଟ୍ରେନର ଏକ ବଗିର ପାହାଚ ବଙ୍କା ହୋଇଯାଇଛି ।
ପାହାଡରୁ ପଥର ଖସି ପାସେଞ୍ଜର ଟ୍ରେନ ବଗି ଚେପା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - କୋରାପୁଟ ଡୁମୁରିପୁଟ ରେଳ ଷ୍ଟେସନ
କୋରାପୁଟ ଜିଲ୍ଲା ଦାମନଯୋଡି ଓ ଡୁମୁରିପୁଟ ରେଳ ଷ୍ଟେସନ ମଧ୍ୟରେ ଅଘଟଣ । ପାହାଡରୁ ଏକ ବିଶାଳ ପଥର ଖସି ଟ୍ରେନ ସହ ଧକ୍କା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରେଳଯାତ୍ରୀ । ଗତ କିଛିଦିନ ଧରି କୋରାପୁଟ ଅଞ୍ଚଳରେ ଭୀଷଣ ବର୍ଷା ଲାଗି ରହିଥିବା ଯୋଗୁଁ ରାୟଗଡ଼ାରୁ କୋରାପୁଟ ମଧ୍ୟରେ ରେଳଯାତ୍ରା କରିବାକୁ ନେଇ ଯାତ୍ରୀ ସଙ୍କୋଚ ପ୍ରକାଶ କରୁଛନ୍ତି । ସେପଟେ ଆଜିର ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆହୁରି ଭୟର ଆଶଙ୍କାକୁ ବୃଦ୍ଧି କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ