ଓଡିଶା

odisha

ETV Bharat / state

ନାରାୟଣପାଟଣା ଗାଁରେ ପଡୁନି ନେତାଙ୍କ ପାଦ - Koraput

ନିର୍ବାଚନ ସମୟରେ ପ୍ରତିଶୃତି ଦେଉଥିବା ନେତା ଲୋକଙ୍କ ପାଇଁ କାମ କରୁନଥିବାର ଅଭିଯୋଗ ଆଣିଛନ୍ତି ନାରାୟଣପାଟଣାବାସୀ। ମାଓ ପ୍ରଭାବିତ ଅଞ୍ଚଳରେ ପରିବର୍ତ୍ତନ ଆଜି ସୁଦ୍ଧା ବିକାଶ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 9, 2019, 12:38 PM IST

କୋରାପୁଟ: ମାଓ ପ୍ରଭାବିତ, ଚାଷୀ ମୂଲିଆ ଆଦିବାସୀ ସଂଘ ଦ୍ବାରା କବଳିତ ନାରାୟଣପାଟଣା। ଏଠି ସମୟ ସ୍ରୋତରେ ପରିବର୍ତ୍ତନ ଆସିଛି ସତ, କିନ୍ତୁ ହୋଇପାରୁ ନାହିଁ ବିକାଶ। ସମସ୍ୟା ଯେ ସମସ୍ୟା । ନାରାୟଣପାଟଣା ସଦରମହକୁମାକୁ ରାଜନେତା ଆସୁଛନ୍ତି ହେଲେ ସମସ୍ୟା ଶୁଣିବାକୁ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଆଉ ଏଭଳି ସ୍ଥିତିକୁ ପରଖିଛନ୍ତି ଇଟିଭିର ପ୍ରତିନିଧି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଜି ବି କେତେକ ଗାଁ ଗଣ୍ଡାରେ ପହଞ୍ଚିପାରିନି ଆଲୋକକରଣୀର ବ୍ୟବସ୍ଥା। ନା ପହଞ୍ଚିଛି ପାନୀୟ ସେବା ନା ବଦଳିଛି ରାସ୍ତାର ଚିତ୍ର। ମୌଳିକ ସୁବିଧାରୁ ବଞ୍ଚିତ ଏ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଦେଖାଦେଉନାହାନ୍ତି ନେତାମନ୍ତ୍ରୀ ।

ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ଓ ମାଓବାଦୀଙ୍କ ଯୋଗୁଁ ସତେ ଯେମିତି ବିକାଶ ଯେମିତି ଠପ ହୋଇପଡିଥିଲା । କିନ୍ତୁ ସମୟର ପ୍ରଭାବରେ ମଳିନ ପଡିବାରେ ଲାଗେ ଆଦିବାସୀ ସଂଘର ଆନ୍ଦୋଳନ। ଆଉ ବିଏସଏଫ ଓ ଓଡ଼ିଶା ପୋଲିସର ସକ୍ରିୟ ଉପସ୍ଥିତି ଯୋଗୁଁ ଧୀରେଧୀରେ କମିବାରେ ଲାଗିଛି ମାଓବାଦୀଙ୍କ କାର୍ଯ୍ୟକଳାପ । ତଥାପି ବିକାଶ ତ ଦୂରର କଥା, ମୌଳିକ ସେବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ଅଞ୍ଚଳବାସୀ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details