ଓଡିଶା

odisha

ETV Bharat / state

Municipal Election: ସ୍କୁଲ ଓ ଅଙ୍ଗନବାଡି ନଦେଲେ ଭୋଟ ବର୍ଜନ କରିବେ ଗ୍ରାମବାସୀ

ରାତି ପାହିଲେ ପୌର ନିର୍ବାଚନ ପାଇଁ ମତଦାନ ହେବା । ଏଥିପାଇଁ କୋରାପୁଟ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସରିଛି ପ୍ରସ୍ତୁତି । ତେବେ ଦେଙ୍ଗାଗୁଡ଼ା ଗ୍ରାମବାସୀ ନିର୍ବାଚନରେ ଭାଗ ନେବେ କି ନାହିଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଅଧିକ ପଢନ୍ତୁ

Municipal Election: କୋରାପୁଟରେ ଭୋଟ ବର୍ଜନ
Municipal Election: କୋରାପୁଟରେ ଭୋଟ ବର୍ଜନ

By

Published : Mar 23, 2022, 10:23 PM IST

କୋରାପୁଟ: ରାତି ପାହିଲେ ପୌର ନିର୍ବାଚନ ପାଇଁ ମତଦାନ ହେବା । ଏଥିପାଇଁ କୋରାପୁଟ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସରିଛି ପ୍ରସ୍ତୁତି । ତେବେ ଡେଙ୍ଗାଗୁଡ଼ା ଗ୍ରାମବାସୀ ନିର୍ବାଚନରେ ଭାଗ ନେବେ କି ନାହିଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ଗାଁରେ ଅଙ୍ଗନବାଡ଼ି ନଥିବା ବେଳେ ଚାଲିଥିବା ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିବା ଯୋଗୁଁ ପିଲାଙ୍କ ପାଠ ପଢ଼ିବା ପାଇଁ ତିନି କିଲୋମିଟର ଦୂରକୁ ଯିବାକୁ ପଡୁଛି ।

Municipal Election: କୋରାପୁଟରେ ଭୋଟ ବର୍ଜନ

ତେବେ ତେନ୍ତୁଳିଗୁଡ଼ାରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଗାଁ ଲୋକେ । କୁନି କୁନି ଛୁଆଙ୍କୁ ଅଙ୍ଗନବାଡ଼ି ସେବା ଯୋଗାଇ ଦେବା ପରିବାର ବର୍ଗଙ୍କ ପାଇଁ କାଠିକର ପାଠ ହୋଇଥିବା ବେଳେ ତେନ୍ତୁଳିଗୁଡ଼ା ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ଆସିବା ଉପରେ ଗାଁ ପିଲାଙ୍କ ସ୍କୁଲ ଯିବା ନିର୍ଭର କରୁଛି ।

ସେହିପରି କୁନି କୁନି ପାଦରେ ପାହାଡ଼ର ଉଠାଣୀ ବାଟ ଦେଇ ଏତିକି ବାଟ ଚାଲିବା କଷ୍ଟକର ହେଲେବି ପିଲାଏ ଦିଦିଙ୍କ ସହ ଚାଲି ଚାଲି ଯିବାକୁ ବାଧ୍ୟ ହୋଇଛନ୍ତି । ଡେଙ୍ଗାଗୁଡ଼ା ଗ୍ରାମବାସୀ ସେମାନଙ୍କ ପିଲାଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଖୋଲିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଛନ୍ତି । ଏସଂକ୍ରାନ୍ତରେ ଲିଖିତ ପ୍ରତିଶୃତି ନମିଳିଲେ ପୌର ନିର୍ବାଚନକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details