ଓଡିଶା

odisha

ETV Bharat / state

ଗୋଟିଏ ଛତା ତଳେ ରହି ଦଳକୁ ମଜଭୁତ କରିବାକୁ ତାରାଙ୍କ ଆହ୍ବାନ

ରାଜ୍ୟ କଂଗ୍ରେସର ନବକେଳବର ହେବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଆଜି (ଗୁରୁବାର) ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏପରି ନକରି ଗୋଟିଏ ଛତା ତଳେ ରହି କଂଗ୍ରେସକୁ ମଜଭୁତ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଡିଜାଇନ ଫଟୋ

By

Published : Oct 31, 2019, 4:33 PM IST

କୋରାପୁଟ: ଆମକୁ ଲାଜ ସରମ ନାହିଁ । ଲାଜ ସରମ ଥିଲେ ଅଲଗା ଅଲଗା ଗ୍ରୁପ କରି ଆ ନାଁରେ ତା ନାଁରେ କୁହନ୍ତୁ ନାହିଁ । ରାଜ୍ୟ କଂଗ୍ରେସର ନବକେଳବର ହେବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଆଜି(ଗୁରୁବାର) କୋରାପୁଟରେ ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହାସହ ବାରମ୍ବାର ଦିଲ୍ଲୀ ଦୌଡିବା ଦ୍ବାରା କଂଗ୍ରେସର ବହୁତ କ୍ଷତି ହେଉଛି, ତେଣୁ ଗୋଟିଏ ଛତା ତଳେ ରହିବାକୁ ସେ ସମସ୍ତ କଂଗ୍ରେସ ନେତାଙ୍କୁ ଅନୁରୋଧ କରିଛନ୍ତି । ସେହିପରି କଂଗ୍ରେସ ଦଳର ବର୍ତ୍ତମାନ ପରିସ୍ଥିତିକୁ ଦେଖି ରାଜ୍ୟର ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହେବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ କଂଗ୍ରେସର ନବକଳେବର ଚର୍ଚ୍ଚା; ଗୋଟିଏ ଛତା ତଳେ ରହି ଦଳକୁ ମଜବୁତ କରିବାକୁ ତାରାଙ୍କ ଆହ୍ବାନ

ଗତକାଲି(ବୁଧବାର) କିଛି କଂଗ୍ରେସ ନେତା ଭୁବନେଶ୍ବରରେ ବୈଠକ କରି କଂଗ୍ରେସର ପରିବର୍ତ୍ତନ ଦରକାର ଓ ନୂଆ ପିସିସି ସଭାପତି ହେବା ଦରକାର ବୋଲି କହିଥିଲେ । ନୂଆ ପିସିସି ସଭାପତି ଭାବେ ବିଧାୟକ ମହମ୍ମଦ ମୋକିମଙ୍କୁ କରିବାକୁ କିଛି ନେତା ପ୍ରସ୍ତାବ ଦେଇଥିଲେ । ସୂଚନା ଥାଉକି, ବର୍ତ୍ତମାନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details