ଓଡିଶା

odisha

ETV Bharat / state

ମନେ ପଡିଗଲା ଅତୀତ, କୋରାପୁଟରୁ ଫେରିବ ବିହାର ଝିଅ

ଭଗବାନଙ୍କ ସୃଷ୍ଟିରେ ସବୁକିଛି ସମ୍ଭବ। ସବୁ ମନେଥାଇ ଭୁଲିଯିବା ଯେମିତି ସହଜ, ଭୁଲିଯାଇଥିବା କଥା ହଠାତ ମନେ ପଡିବା ବି ସେମିତି ଏକ ବାସ୍ତବିକ ସମ୍ଭାବନାର କଥା । କାଲି ଯିଏ ମାନସିକ ବିକାରଗ୍ରସ୍ତ ହୋଇ ରାସ୍ତା ଘାଟରେ ଘୁରି ବୁଲୁଥିଲା ଆଜି ସେ ସମ୍ପୂର୍ଣ୍ଣ ସୁସ୍ଥ ।

By

Published : Mar 15, 2019, 1:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ


କୋରାପୁଟ: ତିନିବର୍ଷ ପୂର୍ବେ ନିଜର ସ୍ଥିତି ଓ ଇତିହାସକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଥିବା ୧୩ ବର୍ଷର ଝିଅ ରୁବି ଜଣେ ମାନସିକ ବିକାରଗ୍ରସ୍ତ ଭଳି କୋରାପୁଟ ଜିଲ୍ଲା ରାଲ୍ଲେଗାଡ଼ା ଗାଁରେ ଘୁରି ବୁଲୁଥିଲେ । ଏହି ଅବସ୍ଥାରେ ଚାଇଲଡ଼ ଲାଇନ ତାକୁ ଉଦ୍ଧାର କରିଥିଲା । କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯିବା ପରେ ତାକୁ କୋରାପୁଟ ସହରରେ ଥିବା ମିଶନାରୀ ଅଫ ଚାରିଟିରେ ରଖାଗଲା । ସେଠାରେ ସଂସ୍ଥାର ସିଷ୍ଟର ମାନଙ୍କ ସେବା ଓ ମାନସିକ ଚିକିତ୍ସକଙ୍କ ଦ୍ୱାରା ଉଚିତ ଚିକିତ୍ସାର ଫଳସ୍ୱରୂପ ଆଜି ରୁବି ସମ୍ପୁର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଥିବା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ଗାୟତ୍ରୀ ଦେବୀ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଗତ ପନ୍ଦର ଦିନ ପୂର୍ବେ ମିଶନାରୀସ ଅଫ ଚାରିଟିର କର୍ମକର୍ତା ସମିତିର କାର୍ଯ୍ୟାଳୟକୁ ଆସି ରୁବି ତାର ଅତୀତ ବିଷୟରେ କହିଛି । ସେ ବିହାରର ଓ ତା ପରିବାର ସେଠାରେ ରହୁଥିବା ସେ ଜଣାଇଛି । ରୁବିର ସୂଚନା ଅନୁସାରେ ବିହାର ସରକାରଙ୍କ ସହିତ ଯୋଗାଯୋଗ କରିଥିଲା କୋରାପୁଟ ସିଡବ୍ଲ୍ୟୁସି । ପନ୍ଦର ଦିନ ମଧ୍ୟରେ ସେଠାକାର ପ୍ରଶାସନ ଓ ସିଡବ୍ଲ୍ୟୁସି ରୁବି ଦେଇଥବା ତଥ୍ୟ ସହିତ ମେଳ କରି ତା ଘର ପର୍ଯ୍ୟନ୍ତ ପହଞ୍ଚିବାରେ ସମର୍ଥ ହୋଇପାରିଥିଲା ।

ତାପରେ ବିହାର ପ୍ରଶାସନ ରୁବି ପରିବାରର ଏକ ଫଟୋ ଉଠାଇ କୋରାପୁଟ ସିଡବ୍ଲ୍ୟୁସିକୁ ପଠାଇଥିଲେ । କୋରାପୁଟରେ ରୁବି ସେହି ଫଟୋରେ ଥିବା ସମସ୍ତଙ୍କୁ ଚିହ୍ନିବା ସହିତ ସେମାନଙ୍କ ନାଁ ସ୍ପଷ୍ଟରୁପେ କହିପାରିଥିଲା ।

ସମ୍ପୂର୍ଣ୍ଣ ରୂପେ ପରୀକ୍ଷା ନିରୀକ୍ଷା କରିବା ପରେ ରୁବିକୁ ତା ନିଜ ଘରକୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ଗାୟତ୍ରୀ ଦେବୀ ଜଣାଇଛନ୍ତି । ସମ୍ପୂର୍ଣ୍ଣରୂପେ ନିଜକୁ ଭୁଲିଯାଇଥିବା ଝିଅଟିଏ ଠିକ୍ ହୋଇ ନିଜ ଘରକୁ ଫେରିବା କୋରାପୁଟ ସିଡବ୍ଲ୍ୟୁସି ଇତିହାସରେ ପ୍ରଥମ । ଘଟଣାଟି ଅନନ୍ୟ ବୋଲି ସିଡବ୍ଲ୍ୟୁସି ସଦସ୍ୟ ରମେଶ ଚନ୍ଦ୍ର ରଥ ମତ ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details